Pratidin TV

Odisha's Digital News Platform

ବିଶ୍ୱାସ ନା ଅନ୍ଧବିଶ୍ୱାସ ! ସିଲୁର ଅତୃପ୍ତ ଆତ୍ମା, କହୁଛି ନିଜ ମୃତ୍ୟୁ ର ଘଟଣା …

1 min read

ନ୍ୟାୟ ମାଗୁଛି ଅତୃପ୍ତ ଆତ୍ମା ବାପା ମାଆ ଙ୍କ ଆଗରେ କାନ୍ଦି କାନ୍ଦି ଚିତ୍କାର କରି କହୁଛି-ନିଜର ମୃତ୍ୟ କାହାଣୀ ।ସେଦିନ କିପରି ତାକୁ କଲବଲ କରି ମାରିଥିଲେ ସେସବୁ କୁ ଗୋଟି ଗୋଟି କରି ବଖାଣୁଛି । ଆଉ ସେହି ଦୋଷୀ ମାନସ ଠାରୁ ପ୍ରତିଶୋଧ ନେବାକୁ ବାପା ମାଆ ଙ୍କୁ କହୁଛି। ପ୍ରେତାତ୍ମାର ଏ କରୁଣ ଚିତ୍କାର ରେକର୍ଡ ମଧ୍ୟ ହୋଇଛି।ଅନ୍ୟ ଦେହରେ ସବାର ହୋଇ ନିଜ ହତ୍ୟା କାଣ୍ଡର ବୟାନ ଦେଇଛି ଅତୃପ୍ତ ଆତ୍ମା ଜଣକ। ସେଦିନର ହତ୍ୟା କାଣ୍ଡର ଅନୁଭବ କେତେ ଥିଲା ହୃଦ ବିଦାରକ ,ଲୋମଟାଙ୍କୁରା ଓ ନୃଶଂସ ,ତାହା ବୟାନ କରୁଛି ଅଶରୀରୀ ହୋଇ ଘୁରି ବୁଲୁଥିବା ଆତ୍ମା ଜଣକ ।ହତ୍ୟା କିପରି ହୋଇଥିଲା ,ଆଉ କିଭଳି କରାଯାଇଥିଲା ,ଆଉ କିଏ କିଏ ଏ ହତ୍ୟାକାଣ୍ଡରେ ସାମିଲ ଥିଲେ ତାହାର ସମସ୍ତ ତଥ୍ୟ ବଖାଣୁଛି ସିଲୁ ର ଆତ୍ମା ।ଘୁରି ବୁଲୁଥିବା ସିଲୁର ଆତ୍ମା ଏବେ ନିଜ ମୃତ୍ୟ ପାଇଁ ଦାୟୀ ସେମାନଙ୍କୁ ଦଣ୍ଡ ଦେବାକୁ କାନ୍ଦି କାନ୍ଦି ନ୍ୟାୟ ମାଗୁଛି ।ତେବେ ଏହା କେତେ ସତ ଆଉ କେତେ ମିଥ୍ୟା ତାହା ଜଣାପଡିନାହିଁ ।ଏହା ଵିଶ୍ଵାସ ନ ଅନ୍ଧ ଵିଶ୍ଵାସ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଭୁତପ୍ରେତକୁ ନେଇ ଆମ ସମାଜରେ ଏକ ମିଶ୍ର ପ୍ରତିକ୍ରିୟା ରହିଛି। କିଏ ଏଥିରେ ବିଶ୍ୱସ କରେ ତ କିଏ କରେନି। କିନ୍ତୁ ଏହି ଘଟଣାଟି ଆଜି ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ ଯୁବତୀଙ୍କ ଦେହରେ ମୃତ ଯୁବକ ଶିଲୁ ପ୍ରଧାନର ଆତ୍ମା ଶରୀରରେ ପ୍ରବେଶ କରିଛି । ଆଉ ନିଜ ମୃତ୍ୟ ର କାହାଣୀ ଗୋଟି ଗୋଟି କହୁଛି ‘ମୋତେ ମାରି ଦିଆଯାଇଛି, ମୋତେ ନ୍ୟାୟ ଦରକାର’ । ଏଭଳି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisement

ସୂଚନାନୁଯାୟୀ କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ସ୍ଥିତ ଏକ ଘରୋଇ କମ୍ପାନୀକୁ ଡ୍ୟୁଟି କରିବା ପାଇଁ ଆସି ଯୁବକ ଜଣକ ନିଖୋଜ ହୋଇଯାଇଥିଲେ ।ଗୁରୁବାର ଅପରାହ୍ନ ୪ ଘଟିକା ସମୟରେ କଳିଙ୍ଗନଗର ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ସୁଚନା ମୁତାବକ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ଶିଲୁ ପ୍ରଧାନ କଳିଙ୍ଗନଗର ସ୍ଥିତ ଏକ ଘରୋଇ କମ୍ପାନୀକୁ ଡିୟୁଟି କରିବା ପାଇଁ ଆସି ଶିଲୁ ପ୍ରଧାନ ନିଖୋଜ ହୋଇଯାଇଥିଲେ । ପରେ କାରଖାନା ପରିସରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । କେହି ତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବାବେଳେ ମାଟିତଳୁ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ତେବେ ବର୍ତ୍ତମାନ ସିଲୁ ର ଆତ୍ମା ଜଣକ ଦେହରେ ଆସି ତାର ମୃତ୍ୟୁ କାହାଣୀ କହି ନ୍ୟାୟ ମାଗୁଛି ।

Leave a Reply

Your email address will not be published. Required fields are marked *