Pratidin TV

Odisha's Digital News Platform

ନିଖୋଜ ନାବାଳିକାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା ପୋଲିସ…

1 min read

ମୟୁରଭଞ୍ଜ: ନିଖୋଜ ନାବାଳିକାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା ପୋଲିସ । ପରିବା ହାଟରୁ ନାବାଳିକା ଝିଅ ନିଖୋଜ ହୋଇଯାଇଥିବା ବେଳେ ଆଜି ପୋଲିସ ନାବାଳିକାଙ୍କୁ ଜଣେ ସଂମ୍ପର୍କିୟଙ୍କ ଘରୁ ଠାବ କରିଥିଲା । ଘଟଣାରୁ ପ୍ରକାଶ ଯେ ମହୁଲଡିହା ଥାନା ଅନ୍ତର୍ଗତ ଜରକ ଗ୍ରାମ ପଞ୍ଚାୟତର ଭରତ କାଣ୍ଡ୍ୟୋଙ୍ଗ ଙ୍କ ଝିଅ ୧୪ବର୍ଷିୟ ଶୁଖୁମତୀ କାଣ୍ଡ୍ୟୋଙ୍ଗ ଗତ ମାସରେ ନିଜ ଖୁଡୀଙ୍କ ସହ ବୁଲିବାକୁ ଯାଇ ଥିଲେ । ସେଠାରୁ ଫେରି ଠାକୁରମୁଣ୍ଡାର ମହୁଲଡିହା ରେ ଉହ୍ଲାଇ ଥିଲେ । ସେଦିନ ସାପ୍ତାହିକ ହାଟ ଥିବାରୁ ଖୁଡୀ ନାବାଳିକା ଶୁଖୁମତୀଙ୍କୁ ଠିଆ କରାଇ ସଉଦା କିଣିବାକୁ ଯାଇଥିଲେ । ହେଲେ ଆସି ଦେଖନ୍ତିତ ଶୁଖୁମତୀ କେଉଁ ଆଡେ ଚାଲିଯାଇଥିଲେ । ପରେ ଖୁଡି ତାଙ୍କୁ ଚାରିଆଡେ ଖୋଜିଖୋଜି କରି ପାଇନଥିଲେ । ଯାହାଫଳରେ ଝିଅର ବାପା ଖୋଜି ନ ପାଇବାରୁ ବାପା ଭରତ ଗତ ୪ ତାରିଖରେ ଝିଅ ନିଖୋଜ ଥିବା ନେଇ ମହୁଲଡିହା ଥାନା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗତ କାଲି ମହୁଲଡିହା ପୁଲିସ କୌଣସି ସୂତ୍ର ରୁ ଖବର ପାଇ ଝିଅ ର ଜଣେ ସଂପର୍କୀୟଙ୍କ ଘରୁ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଆଜି ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପରେ ଠାକୁରମୁଣ୍ଡା ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଙ୍କ ଠାରେ ୧୬୪ ରେ ୧୬୪ ବୟାନ ଦର୍ଜ କରାଇଥିଲେ । ପରେ ଝିଅ କୁ ତାଙ୍କ ପିତାଙ୍କୁ ହସ୍ତାନ୍ତର କରିଥିଲା ପୋଲିସ ।

Advertisement

Leave a Reply

Your email address will not be published. Required fields are marked *