Pratidin TV

Odisha's Digital News Platform

ଆଟଲାଣ୍ଟିକ୍ ମହାସାଗରରେ ନିଖୋଜ୍ ବୁଡା ଜାହାଜ ଘଟଣା : ବଞ୍ଚିବାପାଇଁ ଆଉ ମାତ୍ର ୩ ଘଣ୍ଟାର ସମୟ …..

ନୂଆଦିଲ୍ଲୀ : ସମୁଦ୍ରରେ ଜୀବନ ପାଇଁ ସଂଘର୍ଷ , ବଞ୍ଚିବାପାଇଁ ହାତରେ ବାକି ରହିଲା ଆଉ ମାତ୍ର ୩ ଘଣ୍ଟା । ଖବର ଅନୁଯାୟୀ ଜୁନ୍ ୧୮ ତାରିଖ ଦିନ ପାଞ୍ଚ ଜଣ ପର୍ଯ୍ୟଟକଙ୍କୁ ନେଇ ଆଟଲାଣ୍ଟିକ୍ ମହାସାଗର ଭିତରେ ଯାଉଥିବା ଏକ ଓସେନ ଗେଟ୍ସବମେରାଇନ୍ ବିଶ୍ୱର ସବୁଠୁ ବଡ ଜାହାଜ ଟାଇଟନିକର ଭଗ୍ନାବଶେଷକୁ ଦେଖିବା ନିମନ୍ତେ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ଦୁଃଭାଗ୍ୟ ବସତ ସେହି ଯାତ୍ରା ସମୟରେ ହିଁ ସମୁଦ୍ରରେ ହଠାତ୍ ନିଜର ଯୋଗାଯୋଗ ହରାଇ ନିଖୋଜ୍ ହୋଇଯାଇଥିଲା ।

ତେବେ ସେହି ବୁଡା ଜାହାଜରେ ଅମ୍ଳଜାନର କ୍ଷମତା ୭୦ ରୁ ୯୬ ଘଣ୍ଟା । ୪ ଦିନ ହେବ ଏହା ନିଖୋଜ୍ ଥିବାରୁ ଏବେ ସମୁଦ୍ରର ଅକାତ ଜଳାରଶି ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି୫ ପର୍ଯ୍ୟଟକ । କାରଣ ସେଇ ବୁଡା ଜାହାଜରେ ଆଉ ମାତ୍ର ୩ ଘଣ୍ଟାର ଅକ୍ସିଜେନ ରହିଲା । ଆଉ ୩ ଘଣ୍ଟାପରେ ସେଥିରୁ ସମ୍ପୂର୍ଣ୍ଣ ଭାବରେ ଅମ୍ଳଜାନ ଶେଷ ହୋଇଯିବ ।

ତେବେ ସମୟ ସହ ଯୁଦ୍ଧ କରି ଉଦ୍ଧାରକାର୍ଯ୍ୟରେ ଲାଗିପଡିଛନ୍ତି ଆମେରିକାର କୋଷ୍ଟଗାର୍ଡ, କାନାଡାର ନେଭି ଫୋର୍ସ ଏବଂ କିଛି ବେସରକାରୀ ଏଜେନ୍ସି । ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ନିଖୋଜ ହୋଇଥିବା ବୁଡ଼ା ଜାହାଜରେ ଥିବା ଯାତ୍ରୀଙ୍କ ପାଖରେ ମାତ୍ର କିଛି ଘଣ୍ଟା ଅମ୍ଳଜାନ ବାକି ଅଛି, ଏହି କାରଣରୁ ଉଦ୍ଧାରକାରୀମାନେ ଦିନରାତି କାମ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଇ ବୁଡା ଜାହାଜର କୌଣସି ପତ୍ତା ମିଳିପାରିନାହିଁ । ସୂଚନା ଅନୁଯାଇ ନିଖୋଜ ହୋଇଥିବା ବୁଡ଼ା ଜାହାଜରେ ପାକିସ୍ତାନୀ ଆରବପତି ଶାହାଜାଦ ଦାଉଦ ଓ ତାଙ୍କ ପୁଅ ସୁଲେମାନଙ୍କ ସହ ବ୍ରିଟିଶ ବ୍ୟବସାୟୀ ହମିଶା ହାଡିଂ, ଓସେନଗେଟ୍ କମ୍ପାନୀର ସିଇଓ ତଥା ବୁଡ଼ା ଜାହାଜ ମାଲିକ ଷ୍ଟକଟନ୍ ରଷ, ଏବଂ ଫରାସୀ ଅନୁସନ୍ଧାନକାରୀ ପଲ ହେନେରୀ ନାରଗୋଲେଟ ସାମିଲ ଥିଲେ। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ବୁଡା ଜାହାଜରେ ଯାତ୍ରା କରିବା ପାଇଁ ପ୍ରତି ପର‌୍ୟ୍ୟଟକଙ୍କ ନିକଟରୁ ୨.୨୮ କୋଟି ଟଙ୍କା ଭଡା ନେଇଛି ଓସେନଗେଟ୍ କମ୍ପାନୀ। ଏହି ଯାତ୍ରା ନ୍ୟୁଫାଉଣ୍ଡଲ୍ୟାଣ୍ଡର ସେଣ୍ଟ ଜୋନ୍ ଠାରୁ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *