Pratidin TV

Odisha's Digital News Platform

(ଭିଡିଓ)ଦେଶପାଇଁ ମଜନୁ ସାଜିଲେ ସିଦ୍ଧାର୍ଥ , ରିଲିଜ୍ ହେଲା ଫିଲ୍ମର ପ୍ରଥମ ଟ୍ରିଜର୍ ..

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ଡ୍ୟାସିଙ୍ଗ୍ ହିରୋ ସିଦ୍ଧାର୍ଥ ଏବଂ ସାଉଥ୍‌ର ଗ୍ଲାମ୍ କୁଇନ୍‌ଙ୍କୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ନୂଆ ବର୍ଷର ନୂଆ ଯୋଡିଙ୍କୁ ନେଇ ବେସ୍ ଏକ୍ସସାଇଟେଡ୍ ଅଛନ୍ତି ଫ୍ୟାନ୍ସ । ୨୦୨୩ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ‘ମିଶନ ମଜନୁ’ ଅନ୍ୟତମ । ମିଶନ ମଜନୁ ଭାରତର ଏକ ଅନ୍ୟତମ ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ । ଭାରତ ପାକିସ୍ତାନର ଲଢେଇରେ ନିଜକୁ ଦେଶପାଇଁ ଉତ୍ସଗ କରିଦେଇଥିବା ‘ମୁସଲିମ୍ –ଭାରତୀୟ’ଙ୍କ ଉପରେ ଫିଲ୍ମଟି ଆଧାରିତ ।

ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟ ମିଶନକୁ ନେଇ ଲିଡ୍‌ରୋଲରେ ନଜର ଆସିବେ ସିଦ୍ଧାର୍ଥ । ସେହିଭଳି ଜଣେ ପାକିସ୍ତାନୀ ଝିଅ ରୂପରେ ନଜର ଆସିବେ ସାଉଥ୍ କୁଇନ୍ ରଶ୍ମିକା । ଏହା ସହ ଫିଲ୍ମରେ କୁମୁଦ୍ ମିଶ୍ର,ପରମିତ୍ ସେଠୀ,ସରୀବ ହାସିମ୍ ,ମିର ସରୱାର ଏବସ ଜାକିର ହୁସେନଙ୍କ ଭଳି କଳାକାର ମାନେ ମଧ୍ୟ ନଜର ଆସିବେ ।

Advertisement
https://www.instagram.com/p/CmGHigOLais/?utm_source=ig_web_copy_link

ଫିଲ୍ମକୁ ନେଇ ସିଦ୍ଧାର୍ଥ ଖୁବ୍ ଏକ୍ସସାଇଟେଡ୍ ଥିବାବେଳେ , କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଏକ ଖୁଲାସା କରିଥିଲେ । ସିଦ୍ଦାର୍ଥ ନିଜ ପୋଷ୍ଟରେ ମିଶନ ମଜନୁର ରିଲିଜ୍ ଡେଟ୍ ଘୋଷଣା କରିବା ସହ ଲେଖିଥିଲେ ଯେ ‘ ଜାନବାଜ୍ ଏଜେଣ୍ଟ କି ଅନସୁନି କାହାନି , ମିଶନ୍ ମଜନୁ ’ । ହାସଟ୍ୟାଗ୍ ମିଶନ ମଜନୁ ସହ ହାସଟ୍ୟାଗ୍ ୨୦ ଜାନୁଆରୀ , ହାସଟ୍ୟାଗ୍ ଦେଶ କି ଲିଏ ମଜନୁ , ହାସଟୟାଗ୍ ନେଟ୍‌ଫ୍ଲିକ୍ସ ଇଣ୍ଡିଆ ଲେଖିଥିଲେ ।

ଫିଲ୍ମଟି ୨୩ ଜାନୁଆରୀ ୨୦୨୩ରେ ବଡ ପରଦାରେ ଆସିବ ବୋଲି ସିଦ୍ଧାର୍ଥ ନିଜ ଫ୍ୟାନ୍ସ ମାନଙ୍କୁ ଆଗୁଆ ସୂଚନା ଦେଇଛନ୍ତି । ଏହା ସହ ଫିଲ୍ମର ପୋଷ୍ଟର ମଧ୍ୟ ସେୟାର କରିଥିଲେ ସିଦ୍ଧାର୍ଥ । ସେହିଭଳି ଆଜି ଫିଲ୍ମର ଟ୍ରିଜରଟି ରିଲିଜ୍ ହୋଇଛି । ଯାହାକୁ ଦେଖି ଦଶକମାନଙ୍କ ମନରେ ଫିଲ୍ମକୁ ନେଇ ଏକ୍ସାଇଟ୍ ମେଣ୍ଟ ଦୁଇଗୁଣିତ ହୋଇଯାଇଛି ।

ସେହିଭଳି ୨୦୨୩ରେ ସିଦ୍ଧାର୍ଥ ବଲିଉଡ୍‌ର ହର୍ଟ ଗର୍ଲ ଦିଶା ପଟାନୀଙ୍କ ସହ ଯୋଦ୍ଧା ରେ ନଜର ଆସିବେ । ମିଶନ ମଜନୁ ପରେ ସିଦ୍ଧାର୍ଥଙ୍କ ଏହି ଫିଲ୍ମଟି ୭ ଜୁଲାଇ ୨୦୨୩ରେ ବଡ ପରଦାକୁ ଆସିବ ବୋଲି ପିଙ୍କ ଭିଲ୍ଲାର ଏକ ଇଣ୍ଟରଭ୍ୟୁରୁ ଜଣାପଡିଛି । ଅନ୍ୟପଟେ ରଶ୍ମିକାଙ୍କର ଏହା ୨ୟ ବଲିଉଡ୍ ଫିଲ୍ମ ହୋଇଥିବା ବେଳେ , ଏହା ପରେ ସେ ୩ୟ ବଲିଉଡ୍ ଫିଲ୍ମ ସାଇନ କରିଛନ୍ତି ବୋଲି ସୂଚାନ ମିଳିଛି । ଆଗକୁ ସେ ରଣବୀର କପୁରଙ୍କ ସହ ଆନିମଲ ଫିଲ୍ମରେ ନଜର ଆସିବେ । ଏହା ସହ ବିଜୟ ଥଲାପତିଙ୍କ ସହ ମଧ୍ୟ ଆଉ ଏକ ସାଉଥ୍ ଫିଲ୍ମ ସାଇନ କରିଛନ୍ତି ମନ୍ଦାନା । ତେବେ ସିନେପ୍ରେମୀମାନଙ୍କ ପାଇଁ ୨୦୨୩ଟି ଖୁବ୍ ମଜଦାର୍ ରହିବ ବୋଲି ପିଙ୍କ ଭିଲ୍ଲାର ଏକ ରିପୋର୍ଟରୁ ଜଣାପଡିଛି ।

https://www.instagram.com/reel/CmO1KEjAGEO/?utm_source=ig_web_copy_link

Leave a Reply

Your email address will not be published. Required fields are marked *