Pratidin TV

Odisha's Digital News Platform

ସ୍ମାର୍ଟ ଫୋନ୍ ଚାର୍ଜ ବସାଇବା ବେଳେ କରନ୍ତୁନି ଏମିତି କାମ , ନଚେତ୍ ଶୀଘ୍ର ଖରାପ୍ ହୋଇଯିବ ଫୋନ୍ ..

1 min read

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ମଣିଷର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ସ୍ମାର୍ଟ ଫୋନ । ଯଦି ଆପଣ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ତେବେ ଚାର୍ଜ ବସାଇବା ସମୟରେ କରୁଛନ୍ତି କି ଏପରି ଭୁଲ ? ସାବଧାନ ଖରାପ୍ ହୋଇପାରେ ଆପଣଙ୍କ ଫୋନ ! ଚାର୍ଜ ବସାଇବା ସମୟରେ କେବେ କରନ୍ତୁନି ଏମିତି ଭୁଲ୍ ।

ଆମେ ଆମର ଦୈନନ୍ଦିନ ଜୀବନରେ ସ୍ମାର୍ଟ ଫୋନକୁ ଅନେକ କାମରେ ଲଗାଇଥାଉ । ଯାହାଦ୍ୱାର ଫୋନର ଚାର୍ଜ ମଧ୍ୟ ସରିଥାଏ । ଦିନକୁ ଦିନ ମୋବାଇଲର ବ୍ୟାଟେରୀ ମଧ୍ୟ ଖରାପ୍ ହେବାକୁ ଲାଗେ । ତେବେ ପ୍ରାୟତ ୭୦ ପ୍ରତିଶତ ମୋବାଇଲରେ li-lon /lithium-lon ବ୍ୟାଟେରି ବ୍ୟବହୃତ ହୋଇଥାଏ । ତେବେ ଏହି ବ୍ୟାଟେରୀ ୩୦୦ ରୁ ୫୦୦ ଚାର୍ଜ ବା ଡିର୍ସାଜ୍ ସହ ଆସିଥାଏ । ଏହାର ପାରେ ବେଟେରିର ଜୀବନ ବା କ୍ଷମତା ଧିରେ ଧିରେ କମିବାରେ ଲାଗେ । ସେଥିପାଇଁ ଆମ ଫୋନକୁ ଫୁଲ ଚାର୍ଜ କଲେ ମଧ୍ୟ ତାହା ଦୀର୍ଘ ସମୟ ଯାଏ ରହିନଥାଏ । ତେବେ ଚାଲନ୍ତୁ ଜାଣିବା ଏପରି ହେବାର କାରଣ କଣ ?

Advertisement

ଆମେ କିଛି ଫିଲ୍ମ ବା ଡ୍ରାମା ବା କିଛିବି ଆମ ମନପସନ୍ଦର ଦେଖୁଥିବା ସମୟରେ ଯଦି ବ୍ୟାଟେରୀ ସରିଯାଏ । ବା ମୋବାଇଲକୁ ଚାର୍ଜ ବସାଇବା ପାଇଁ ଆଲର୍ଟ ଦେଖାଇଥାଏ । ତାପରେ ମଧ୍ୟ ଆମେମାନେ ଫୋନ ଚଲାଇଥାଉ । ଏହା ଏକ ବଡ କାରଣ ବେଟେରି ଶୀଘ୍ର ଖରାପ୍ ହେବାର ।

ଆମ ଖାମଖିଆଲି ଗୁଣ ଯୋଗୁ ଅଧିକାଂଶ ସମୟରେ ଆମେ ବ୍ୟାଟେରୀ କୁ ଫୁଲ ଚାର୍ଜ କରି ମଧ୍ୟ କାଢିବାକୁ ଭୁଲିଯାଉ । ଏହା ମଧ୍ୟ ମୋବାଇଲ ବ୍ୟାଟେରୀକୁ ଶୀଘ୍ର ଖରାପ୍‌କରେ । ମୋବାଇଲକୁ ଫୁଲ୍ ଚାର୍ଜ ମଧ୍ୟ କରନ୍ତୁ ନାହିଁ । ଚାର୍ଜ ୮୦ ପ୍ରତିଶତ ହୋଇଗଲେ କାଢିଦେବାହିଁ ଠିକ୍ ।

ଅଫିସିଅଲ ଚାର୍ଜର ବ୍ୟବହାର କରନ୍ତୁ – ନିଜ ମୋବାଇଲରେ କେବଳ ଅଫିସିଆଲ ଚାର୍ଜର ବ୍ୟବହାର କରନ୍ତୁ । ଅର୍ଥାତ୍ ମୋବାଇଲ ସହ ମିଳିଥିବା ଚାର୍ଜର । ଯଦି ଆପଣ ନିଜ ଫୋନ ଚାର୍ଜର ଛାଡା ଅନ୍ୟ କୌଣସି ମୋବାଇଲ ଚାର୍ଜର ବ୍ୟବହାର କରୁଛନ୍ତି । ତେବେ ଏହା ଆପଣଙ୍କ ମୋବାଇଲ ବ୍ୟାଟେରୀକୁ ଖରାପ୍ କରିଥାଏ ।
ସର୍କେଟରୁ ତୁରନ୍ତ ଚାର୍ଜର ବାହର କରନ୍ତୁ – ମୋବାଇଲ ଫୁଲ ଚାର୍ଜ ହୋଇଗଲା ପରେ ନୂଆ ସ୍ମାର୍ଟ ଫୋନ ଚାର୍ଜିଂ ହେବା ବନ୍ଦ କରିଦିଏ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଚାର୍ଜର ମଧ୍ୟ କାମ ବନ୍ଦ କରିଦିଏ । ତେଣୁ ଚାର୍ଜ ପରେ ସର୍କେଟରୁ ମୋବାଇଲ ତୁରନ୍ତ କାଢନ୍ତୁ ।

  • ମୋବାଇଲ ଚାର୍ଜ ବସାଇବା ସମୟରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ଆପଣଙ୍କ ମୋବଇଲର ଶୀଘ୍ର ଚାର୍ଜ ହୋଇନଥାଏ । ଏବଂ ଡିବାଇସ୍ ସେଲ୍ ମଧ୍ୟ ଖରାପ୍ ହୁଏ ।
  • ଉଚ୍ଚ ତାପମାତ୍ରା ମଧ୍ୟ ମୋବାଇଲ ବ୍ୟାଟେରିକୁ ଖରାପ କରିଥାଏ । ଏହା ମୋବାଇଲ ଉପରେ ଚାପ ପକଇଥାଏ । ଏହି କାରଣରୁ ବ୍ୟାଟେରିର କ୍ଷମତା ଶୀଘ୍ର କମିଥାଏ । ଏପରି ପରିସ୍ଥିତିରେ ମୋବାଇଲକୁ କୌଣସି ଗରମ କୋଠରୀ , ବୈଦୁତିକ ଜିନିଷ ପାଖରେ ଚାର୍ଜ ବସାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *