Pratidin TV

Odisha's Digital News Platform

ଦାଦାସାହେବ ଫାଲ୍‌କେ ଆୱାର୍ଡ ମିଳିବ ଜାଣି ଏମିତି କହିଲେ ମିଥୁନ..

1 min read

ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।  ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ନିଜ ଅଭିନୟ ବଳରେ ସେ ଲୋକଙ୍କ ହୃଦୟରେ ଏକ  ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି | ତାଙ୍କୁ ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ ।ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଏତେ ବଡ଼ ପୁରସ୍କାରରେ ସମ୍ମାନିତ ହେବେ ବୋଲି ଜାଣିବା ପରେ ମିଥୁନ ଚକ୍ରବର୍ତ୍ତୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, “ମୋ ପାଖରେ କିଛି କହିବାର ଶବ୍ଦ ନାହିଁ। ନା ମୁଁ ହସିପାରୁଛି ନା କାନ୍ଦିପାରୁଛି | ଏହା ମୋ ପାଇଁ ବହୁତ ବଡ଼ । ମୁଁ ଏହା କଳ୍ପନା କରିନଥିଲି | ମୁଁ ଅତ୍ୟନ୍ତ ଖୁସି । ମୁଁ ଏହି ପୁରସ୍କାର ମୋ ପରିବାର ଏବଂ ସାରା ବିଶ୍ୱରେ ଥିବା ମୋର ପ୍ରଶଂସକଙ୍କୁ ଉତ୍ସର୍ଗ କରୁଛି। “

Leave a Reply

Your email address will not be published. Required fields are marked *