Pratidin TV

Odisha's Digital News Platform

ଛାତିରେ ହେଲା ଯନ୍ତ୍ରଣା …ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଦା

1 min read

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏବେ ଡାକ୍ତରଖାନରେ | ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପକୁ ନେଇ ଆସିଛି ବଡ ଖବର | ଆଜି ସକାଳେ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା | ତାପରେ ତାଙ୍କୁ ତୁରନ୍ତ କଲିକତାର ଏକ ଘରୋଇ ଡାକ୍ତରଖାନା ଚିକତ୍ସା ପାଇଁ ନିଆଯାଇଥିଲା |

ସୂଚନା ଅନୁସାରେ ଗତ ବର୍ଷ ମଧ୍ୟ ମିଥୁନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା | ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | କିଛିଦିନ ଚିକତ୍ସା ପରେ ସେ ଘରକୁ ସୁସ୍ଥ ହୋଇ ଫେରିଥିଲେ | ଏବେ ସେ ରାଜନୀତିରେ ଜଣେ ସକ୍ରିୟ ସଦସ୍ୟ ଭାବରେ ଅଛନ୍ତି |

Advertisement

ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନଜନକ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଅଭିନେତା ତଥା ରାଜନେତା ନିଜର ଭାବନା ପ୍ରକାଶ କରି ବଙ୍ଗଳା ଭାଷାରେ ଏକ ଭିଡିଓରେ କହିଛନ୍ତି, “ମୁଁ ଗର୍ବିତ, ଏହି ପୁରସ୍କାର ପାଇ ମୁଁ ଖୁସି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ମୁଁ ନିଜ ପାଇଁ କେବେବି କାହାଠାରୁ କିଛି ମାଗି ନାହିଁ | ମୁଁ ଆଜି କିଛି ନ ପଚାରି କିଛି ଗ୍ରହଣ କରିବାର ଅନୁଭବ କରୁଛି | ଏହା ଏକ ଭିନ୍ନ ଅନୁଭବ | ଏହା ଏକ ଭଲ ଅନୁଭବ। ” ମିଥୁନଙ୍କୁ ଏହି ସମୟରେ ବଙ୍ଗଳା ଚଳଚ୍ଚିତ୍ର ‘କାବୁଲିୱାଲା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *