Pratidin TV

Odisha's Digital News Platform

ମିଥୁନଙ୍କୁ ମିଳିଲା ଡାକ୍ତରଖାନରୁ ଡିସଚାର୍ଜ; ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉ ନ ଥିବା ଗାଳି କରି କହିଲେ ନରେନ୍ଦ୍ର ମୋଦି

1 min read

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସୋମବାର, ଫେବୃଆରୀ ୧୨ ରେ ଅପରାହ୍ନରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।ସୂଚନା ଅନୁସାରେ ଛାତିରେ ଯନ୍ତ୍ରଣା ହେବ ଯୋଗୁଁ ତାଙ୍କୁ ଫେବୃଆରୀ ୧୦ ରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ସୋମବାର ଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା | ମିଥୁନ ଦା ଏକ ବୟାନ ଦେଇ ମଧ୍ୟ କହିଛନ୍ତି, ସେ ପୁରା ଠକ ଅଛନ୍ତି ଏବଂ ତାଙ୍କର ଆସୁଥିବା ନୂଆ ଏକ ଫିଲ୍ମ ର ସୁଟିଂ ପୁଣି ଆଉଥରେ ଆରମ୍ଭ କରିବେ ବୋଲି କହିଛନ୍ତି | ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, “ବାସ୍ତବରେ କିଛି ସମସ୍ୟା ନାହିଁ, ମୁ ପୁରା ଠିକ ଅଛି | ମତେ ନିଜେ ନିଜ ଖାଇବା ପ୍ରତି ଧ୍ୟାନ ରଖିବାକୁ ପଡିବ | ଚାଲ ଦେଖିବା, ମୁଁ ବହୁତ ଜଲ୍ଦି କାମ ଆରମ୍ଭ କରିବି ବୋଧହୁଏ କାଲି ଠାରୁ |”

ମିଥୁନ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ରବିବାର ଫେବୃଆରୀ ୧୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କଲ କରିଥିଲେ, ଓ ତାଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉ ନ ଥିବାରୁ ତାଙ୍କୁ ଗାଳି କରିଥିଲେ। ଡାକ୍ତରଖାନାରେ ସେ ଶେଷ ଥର ପାଇଁ କହିଥିଲେ ଯେ, ସେ ସୁସ୍ଥ ଅଛନ୍ତି, ସମ୍ପୂର୍ଣ୍ଣ ଠିକ, ସୁସ୍ଥ, ସକ୍ରିୟ ଏବଂ ହାଲୁକା ଖାଦ୍ୟ ଗ୍ରହଣ କରିଛନ୍ତି। ଡିସଚାର୍ଜ ପୂର୍ବରୁ କିଛି ପରୀକ୍ଷା ମଧ୍ୟ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *