Pratidin TV

Odisha's Digital News Platform

ପ୍ରେମରେ ବିଫଳ ହେବାପରେ ସୁପରଷ୍ଟାର ହୋଇଯାଇଥିଲେ ମିଥୁନ ଚକ୍ରବର୍ତ୍ତୀ…

1 min read

ପ୍ରତ୍ୟକ ମଣିଷ ପ୍ରେମରେ ପଡିଥାଏ । କିଏ ପ୍ରେମରେ ସଫଳତା ପାଇଥାଏ ତ ଆଉ କିଏ ବିଫଳ ହୋଇଥାଏ । ଆଉ କିଏ ପ୍ରେମରେ ପ୍ରତାରଣା ପାଇଁ ନିଜ ଜୀବନକୁ ଏକ ନୂତନ ସ୍ତରକୁ ନେଇଯାଆନ୍ତି । ସେହିପରି କିଛି କଳାକାର ମଧ୍ୟ ରହିଛନ୍ତି ଯିଏକି ପ୍ରେମରେ ବିଫଳ ହୋଇଛନ୍ତି । ସେମାନଙ୍କର ମଧ୍ୟ ହୃଦୟ ଭାଙ୍ଗିଛି । ତେବେ ଭାରତୀୟ ସିନେମା ଜଗତରେ ମିଥୁନ ଚକ୍ରବର୍ତ୍ତୀ ହେଉଛନ୍ତି ଜଣେ କିମ୍ବଦନ୍ତୀ ଅଭିନେତା । ନିଜ କ୍ୟାରିଅର ମଧ୍ୟରେ ଇଣ୍ଡଷ୍ଟ୍ରିକୁ ୧୨ ରୁ ଅଧିକ ସୁପରହିଟ ସିନେମା ଭେଟି ଦେଇଛନ୍ତି । ନିକଟରେ ମିଥୁନ ସାରାଗାମାପା ସୋରେ ନମନ୍ତ୍ରିତ ଅଥିତି ଭାବେ ଆସିଥିଲା ବେଳେ ସୋରେ ନିଜର ଭଲପାଇବା ଓ ବିଚ୍ଛେଦ ବିଷୟରେ କହିଥିଲେ ।

ମିଥୁନ କହିଥିଲେ,ଯେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋର ପ୍ରେମବିଚ୍ଛେଦ ପରେ ମୁଁ ସୁପରଷ୍ଟାର ହୋଇଯାଇଥିଲି । ପ୍ରତ୍ୟେକ ଲୋକଙ୍କ ଜୀବନରେ ଏମିତି କିଛି ପରିସ୍ଥିତି ଆସିଥାଏ, ଯେଉଁ ପରିସ୍ଥିତି ଆମକୁ କିଛି ଶିକ୍ଷା ଦେଇ ଚାଲିଯାଇଥାଏ । ଉକ୍ତ ଶିକ୍ଷା ଆମର ପରବର୍ତ୍ତୀ ଜୀବନରେ ଅନେକ କାମରେ ବି ଆସିଥାଏ । ମୋର ଆପଣମାନଙ୍କୁ ଗୋଟିଏ କଥା- ଭଲ ପାଇବା ଏକ ଭଲ କଥା, କିନ୍ତୁ ଯେଉଁମାନେ ଭଲ ପାଇବାରେ ଅନ୍ଧ ହୋଇଯାଉଛନ୍ତି ତାହା ଭଲ ନୁହେଁ । ଭଲପାଇବାରେ ଧୋକା ଖାଇବା ପରେ ମୁଁ ଭାଙ୍ଗି ପଡ଼ିଥିଲି । ସେତେବେଳେ ମୋର ଭବିଷ୍ୟତ ବୋଲି କିଛି ନଥିଲା । ନା ଖାଇବାକୁ ଥିଲା ନାମୁଣ୍ଡ ଗୁଞ୍ଜିବା ପାଇଁ ଘର ଥିଲା । ଅନେକ କଷ୍ଟ ସହିବା ପରେ ନିଜକୁ ଦୃଢ କଲି । ଆଉ କେବଳ ମୋର ଲକ୍ଷ୍ୟ ପଥରେ ଆଗେଇ ଚାଲିଲି । ଯେଉଁଥିପାଇଁ ଆଜି ମୁଁ ଏହି ସଫଳତା ପାଇଛି । ତେବେ ମିଥୁନ ନିଜ ଅତୀତର ସ୍ମୃତି ମନେ ପକାଇଥିଲେ । ସେ କହିଥିଲେ ଯେ ପ୍ରେମ ଭାଙ୍ଗିବା ପରେ ଦିନ ମୁଁ ଟ୍ରେନରେ ମୋର ପ୍ରେମିକାଙ୍କୁ ଭେଟିଥିଲେ । ଆଉ ସେ ମୋତେ ଦେଖି ଲୁଚି ଯାଇଥିଲେ । ଆଉ ମୁଁ ତାଙ୍କୁ ଭେଟି କହିଥିଲି ଯେ ସେ ମୋତେ ଛାଡି ଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି । ତାଙ୍କର ଏପରି ନିଷ୍ପତ୍ତି ମୋତେ ଆଜି ଏହି ସଫଳତା ଆଣିବାରେ ସାହାଯ୍ୟ କରିଛି ।

Advertisement

Leave a Reply

Your email address will not be published. Required fields are marked *