Pratidin TV

Odisha's Digital News Platform

ବେସନରେ ମିଶାନ୍ତୁ ଏହି ୨ଟି ଜିନିଷ ,ଯାହା ଚେହେରାର ଚମକ ବଢାଇ ଦେବ…

1 min read

ଆପଣଙ୍କ ରୋଷେଇ ଘରେ ଅନେକ ଜିନିଷ ଅଛି ଯାହା ଖାଇବା ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥିବ । କେବଳ ଏତିକି ନୁହେଁ, ଏଥିରେ ଥିବା ଅନେକ ଜିନିଷ ଆପଣଙ୍କ ଚର୍ମର ଯତ୍ନ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଆଜିର ଏହି ବ୍ୟସ୍ତବହୁଳତା ସମୟ ଭିତରେ ଲୋକମାନେ ନିଜକୁ ସୁନ୍ଦର ଏବଂ ସତେଜ ଦେଖାଯିବା ପାଇଁ ଘରୋଇ ଉପଚାରକୁ ବେଶ ପସନ୍ଦ କରନ୍ତି । ଏହାର ଗୋଟିଏ କାରଣ ହେଉଛି ରାସାୟନିକ ଦ୍ରବ୍ୟ ତୁଳନାରେ ଚର୍ମ ଉପରେ ଯେ କୌଣସି ପ୍ରକାରର ପ୍ରତିକ୍ରିୟା ହେବାର ଆଶଙ୍କା ଅଳ୍ପ ଅଟେ । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କ ଚର୍ମକୁ ଚମକିବା ଏବଂ ଦାଗହୀନ କରିବାରେ ସାହାଯ୍ୟ କରିବ । ଯାହାକୁ ଆପଣ କମ ସମୟ ଭିତରେ ବାହାରକୁ ନ ଯାଇ ରୋଷେଇ ଘର ସାମଗ୍ରୀକୁ ବ୍ୟବହାର କର ପ୍ରସ୍ତୁତ କରି ପାରିବେ । ଏହି ପ୍ୟାକ୍ ତିଆରି କରିବା ପାଇଁ ଆପଣଙ୍କୁ ଏକ ପାତ୍ରରେ କିଛି ମଇଦା, ଏକ ଚାମଚ ହଳଦୀ ଏବଂ କଦଳୀ ନେଇ ସବୁକିଛି ଭଲ ଭାବରେ ମିଶ୍ରଣ କରିବାକୁ ପଡିବ । ତା’ପରେ ମୁହଁକୁ ସଫା କର ଏବଂ ଏହି ପ୍ୟାକକୁ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ ।

୧୫ ମିନିଟ ରଖି ପ୍ୟାକ୍ ଶୁଖିଯିବା ପରେ ଏହାକୁ ପାଣିରେ ସଫା କରନ୍ତୁ । ତା’ପରେ ମୁହଁରେ ଟୋନର ଏବଂ ମଶ୍ଚରାଇଜର ଲଗାନ୍ତୁ ଏବଂ ଏହାକୁ ଛାଡିଦିଅନ୍ତୁ । ଆପଣ ଏହି ଫେସ୍ ପ୍ୟାକ୍କୁ ସପ୍ତାହରେ ଦୁଇଥର ବ୍ୟବହାର କରିବା ଉଚିତ୍ । ଏହା ଚର୍ମକୁ ଚମକିବା, ଦାଗହୀନ ଏବଂ ପିଗମେଣ୍ଟେସନ୍ ମୁକ୍ତ କରିବାରେ ସାହାଯ୍ୟ କରିଥାଏ । ହଳଦି ସେମିତିରେ ବି ସ୍ୱାସ୍ଥ୍ୟ ପାଇଁ ବହୁ ଉପଯୋଗୀ ଅଟେ ।ଆଉ ଏହାକୁ ମୁହଁରେ ଲଗାଇଲେ ବି ସମାନ ପ୍ରକାରର ଫଳ ଦେଇଥାଏ ।ଅନେକ ଅଭିନେତ୍ରୀମାନେ ମଧ୍ୟ ଏହି ପ୍ୟାକକୁ ନିଜ ମୁହଁରେ ଲଗାଇ ଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *