Pratidin TV

Odisha's Digital News Platform

ମିକ୍ସଚର ମେସିନ ଗାଡି-ବାଇକ ମୁହାଁମୁହିଁ ଧକ୍କା ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

1 min read

ବାଙ୍କୀ, ଜାତମୁଣ୍ଡିଆ କଟକ ମୁଖ୍ୟରାସ୍ତା କୁସୁପଙ୍ଗିର ବଡ଼ଶଙ୍ଖ ନିକଟରେ ସକାଳୁ ସକାଳୁ ଘଟିଛି ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା | ଦୁର୍ଘଟଣାରେ ଦୁଇ ମୋଟରସାଇକଲ ଆରୋହୀ ମୃତ | ମିକ୍ସଚର ମେସିନ ଗାଡି ସହ ମୋଟରସାଇକଲ ଭୟଙ୍କର ଧକ୍କା | ଘଟଣା ଅନୁଯାୟୀ କଟକରୁ ବାଙ୍କୀ ଅଭିମୁଖେ ଯାଉଥିବା ଇନ୍ଫ୍ରା ମାର୍କେଟ କଂକ୍ରିଟ କମ୍ପାନୀର ଏକ OD02BV9622 ନମ୍ବର ବିଶିଷ୍ଟ ମିକ୍ସଚର ମେସିନ ଗାଡି ସହ ଜାତମୁଣ୍ଡିଆ ପଟୁ ଯାଉଥିବା OD02CA2781 ନମ୍ବର ବିଶିଷ୍ଟ ୟାମା ମୋଟରସାଇକଲରେ ଥିବା ଦୁଇ ଆରୋହୀଙ୍କ କୁସୁପଙ୍ଗି ବଡ଼ଶଙ୍ଖ ଠାରେ ମୁଁହା ମୁଁହି ଧକ୍କା ହୋଇଥିଲା | ଏବଂ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ଜଣାପଡିଛି | ଏବଂ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିଲା | ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେଠାରେ ବାଙ୍କୀ ଉକ୍ତ ମିକ୍ସଚର ମେସିନ ଟ୍ରକ ଏବଂ ଦୁର୍ଘଟଣା ଘଟିଥିବା ମୋଟରସାଇକଲକୁ ଜବତ କରିଥିଲା | ଏବଂ ଅନ୍ୟପଟେ ମୃତ ବାଇକ ଆରୋହୀ ଜଣକଙ୍କ ନାମ ବିଜ୍ଞାନ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି |

Advertisement

Leave a Reply

Your email address will not be published. Required fields are marked *