Pratidin TV

Odisha's Digital News Platform

ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରତିଶ୍ରୁତି , ନିର୍ବାଚନ ଜିତିଲେ ସବୁ ଅବିବାହିତ ଯୁବକଙ୍କ କରାଇବଦେବି ବାହାଘର ।

1 min read

ବିଧାୟକଙ୍କ ନିର୍ବାଚନ ପ୍ରତିଶ୍ରୁତିକି ନେଇ ଏବେ ପୁରା ମହାରାଷ୍ଟ୍ର ସହରରେ ଚର୍ଚ୍ଚା । ଭୋଟରଙ୍କୁ ହାତେଇବା ପାଇଁ ଅଜବ ପ୍ରତିଶ୍ରୁତି ରଖିଛନ୍ତି ବିଧାୟକ ପ୍ରାର୍ଥୀ । ବିଧାନସଭା ନିର୍ବାଚନ ଜିତିଲେ ନିର୍ବାଚନ ମଣ୍ଡଳୀରେ ଅବିବାହିତ ଯୁବକଙ୍କ ବିବାହ କରାଇବେ ବିଧାୟକ ପ୍ରାର୍ଥୀ ।

ସୂଚନା ଅନୁଯାୟୀ ମରାଠାଓ୍ଵାଡ଼ା କ୍ଷେତ୍ରରେ ଶରଦ ପାୱାରଙ୍କ ଏନ୍ସିପିର ପାର୍ଲି ପ୍ରାର୍ଥୀ ରାଜାସାହେବ ଦେଶମୁଖ ଏହି ଅଭିନବ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକୁ ରାଜନୀତି ଠାରୁ ଲୋକନୀତି ସବୁଠି ବିଧାୟକଙ୍କ ପ୍ରତିଶ୍ରୁତିର ଝଡ । କାହିଁକି ନା ଆଗରୁ ଏଭଳି ପ୍ରତିଶ୍ରୁତି ରାଜନୀତିରେ କେହି ଦେଇନାହାନ୍ତି ।

Advertisement

ଦେଶମୁଖଙ୍କ ଏହି ବୟାନ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।ଦେଶମୁଖ କହିଛନ୍ତି, ଯଦି ମୁଁ ବିଧାୟକ ହୋଇଯାଏ ତେବେ ସମସ୍ତ ଅବିବାହିତ ଯୁବକଙ୍କ ବିବାହ କରାଇ ଦେବି। ଯୁବକଙ୍କୁ ରୋଜଗାର ଦେବୁ। ଲୋକେ ଅବିବାହିତ ଯୁବକଙ୍କୁ ପଚାରୁଛନ୍ତି ଯେ, ପୁଅ କିଛି ଚାକିରି କରୁଛି କି ନାହିଁ। ଯଦି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ନିକଟରେ କୌଣସି ବ୍ୟବସ୍ଥା ନାହିଁ ତେବେ ଆପଣଙ୍କୁ କଣ ମିଳିବ। ମୁଣ୍ଡେ ନିଜର ନିର୍ବାଚନୀ ମଣ୍ଡଳରେ ଗୋଟିଏ ବି ଉଦ୍ୟୋଗ ଆଣି ପାରି ନାହାନ୍ତି। ଏଥିପାଇଁ ରୋଜଗାର ନ ମିଳିବା କାରଣରୁ ସ୍ଥାନୀୟ ଯୁବକଙ୍କ ବିବାହରେ ମୁସ୍କିଲ ହେଉଛି।

Leave a Reply

Your email address will not be published. Required fields are marked *