Pratidin TV

Odisha's Digital News Platform

ଚର୍ଚ୍ଚାରେ ବିଧାୟକ ଡକ୍ଟର ସିଏସ ରାଜେନ ; ଦ୍ୱିତୀୟ ଦିନରେ ଚଳାଇଛନ୍ତି ରୋଗୀ ଚିକିତ୍ସା , ସବୁ ଆଡୁ ଛୁଟୁଛି ପ୍ରଶଂସାର ସୁଅ …

1 min read

ରାଜଗାଙ୍ଗପୁର ; ଚର୍ଚ୍ଚାରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ । ପୁଣି ଥରେ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିରେ ଚଳାଇଛନ୍ତି ରୋଗୀ ଚିକିତ୍ସା ।ଯାହାକୁ ନେଇ ଚାରିଆଡେ ଚାଲିଛି ବିଧାୟକଙ୍କ ଚର୍ଚ୍ଚା । ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁଛି ଯେ ବିଧାୟକ ସିଏସ ରାଜେନ ଜଣେ ରିଟାର୍ଡ ଆର୍ମୀ ଡାକ୍ତର । ସେ ସେନାରୁ ଅବସର ନେବା ପରେ ରାଜନୀତିରେ ପାଦ ଥୋଇଥିଲେ ମଧ୍ୟ ଆଜିବି ଭୁଲିନାହାନ୍ତି ନିଜର କର୍ତ୍ତବ୍ୟ ।

ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ଦର୍ଶାଇଛି ଚିକିତ୍ସା ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥା । ତେବେ ସେଠାରେ ପୋଷ୍ଟିଂପାଇଥିବା ଡାକ୍ତର ମାନେ ପୂଜା ଛୁଟିରେ ଯାଇ ଫେରିନଥିବା ବେଳେ ଶହ ଶହ ରୋଗୀ ହସ୍ପିଟାଲରେ ପହଞ୍ଚି ନିରାଶ ହୋଇଛନ୍ତି । ଏଭଳି ସ୍ଥିତିରେ ପୁଣିଥରେ ବିଧାୟକ ଡାକ୍ତର ରାଜନ ଚିକିତ୍ସାଳୟରେ ପହଞ୍ଚି ଓପିଡିରେ ପ୍ରାୟ ୬୬ ଜଣଙ୍କୁ ଚିକିତ୍ସା କରିଛନ୍ତି ।

Advertisement

ଏହି ଖବର ଜାଣିପାରି ସବୁ ଆଡୁ ପ୍ରଶଂସା ର ସୁଅ ଛୁଟିଥିଲା। ଜନ ପ୍ରତିନିଧ ହୋଇ ନିଜର ଦାୟିତ୍ୱ ତୁଲାଇବାରେ ଅବହେଳା କରିନାହାନ୍ତି ବିଧାୟକ। ବିଧାୟକ ପୂର୍ବରୁ ଭାରତୀୟ ସେନା ବାହିନୀ ୧୨ ବର୍ଷ ମେଡ଼ିକାଲ ଅଫିସର ରୂପେ ନିଜର ଦାୟିତ୍ୱ ତୁଲାଇ ଅବସର ଗ୍ରହଣ କରିଛନ୍ତି। ଏହାପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ତା ପରଦିନ ଅର୍ଥାତ ଶୁକ୍ରବାର ଦିନ ଦୁଇ ଜଣ ଡାକ୍ତର ଙ୍କୁ ଚିକିତ୍ସା କରିବା ନିମନ୍ତେ ବ୍ୟବସ୍ଥା କରିଥିଲେ କିନ୍ତୁ ଆଜି ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ବିଧାୟକ ଜାଣିପାରି ପୁଣି ରୋଗୀ ଚିକିତ୍ସା କରିଥିଲେ ଓ ଡାକ୍ତର ଆସିବା ପରେ ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଚିକିତ୍ସା ବନ୍ଦ କରିଥିଲେ। ବିଧାୟକ ଚିକିତ୍ସା କରିବା ସମୟରେ ବହୁ ଯନ୍ତ୍ରାଂଶ ଅଭାବ ଥିବା ଜାଣିପାରିଥିଲେ ଏନେଇ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବିପି ମେସିନ, ଅକ୍ସିମିଟର ଓ ଷ୍ଟେଥୋସ୍କୋପ୍ ଆଦି ଦାନ କରିଥିଲେ। ବିଧାୟକ ଙ୍କ ଏପରି ରୋଗୀ ସେବା ପାଇଁ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *