Pratidin TV

Odisha's Digital News Platform

ଗୁଣ୍ଡିରିବାଡି ରେ ଝାଡାବାନ୍ତି ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ,ବିଧାନସଭା ଛାଡି ରୋଗୀଙ୍କ ପାଖରେ ପହଞ୍ଚିଲେ ବିଧାୟକ …

ଭଞ୍ଜନଗର ; ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡି ରେ ଝାଡାବାନ୍ତି ଆଜକୁ ଦୁଇ ସପ୍ତାହ ଲାଗି ରହିଛି। ଏଥିରେ ଗତକାଲି ସୁଦ୍ଧା ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ଏହିଭଳି ପରିସ୍ଥିତିରେ ଆଜି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ। ଏଥିସହ ସ୍ଵତନ୍ତ୍ର ମେଡିକାଲ୍ ଟିମ୍ ଗୁଣ୍ଡିରିବାଡିରେ ଆଜକୁ ୫ ଦିନ ହେବ ରହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। କେଉଁ କାରଣରୁ ଝାଡା ବାନ୍ତି ବ୍ୟାପୁଛି ସେନେଇ ସଠିକ୍ ଭାବେ ଜଣାପଡ଼ିନାହିଁ।

ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ଝାଡାବାନ୍ତି କମୁ ନଥିବା ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲୋକେ ଭୟଭୀତ ନହୋଇ ବିଶୁଦ୍ଧ ପାଣି ଏବଂ ସୁସ୍ଥ ଖାଦ୍ୟ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *