Pratidin TV

Odisha's Digital News Platform

ମାଣ୍ଡିଆ ଦିବସ ଉପଲକ୍ଷେ ମାଣ୍ଡିଆର ଉପକାରିତା କହିଲେ ବିଧାୟକ ପ୍ରଫୁଲ୍ଲ ସାମଲ…

1 min read

ଆଜି ହେଉଛି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ବର୍ତ୍ତମାନ ମାଣ୍ଡଆ ଓଡିଶାର ଏକ ଜାତୀୟ ଖାଦ୍ୟ ରୂପେ ପରିଗଣିତ ହୋଇଛି । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ୱରେ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା । ଖାଲି ସେତିକି ନୁହେଁ ମାଣ୍ଡିଆ ଚାଷ କରୁଥିବା ଚାଷୀମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ପୋଷକତତ୍ତ୍ୱରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ତେବେ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ରେ ମାଣ୍ଡିଆ ଦିବସ ପାଳନ ହୋଇଥଲା । ଏଥିରେ ଭଣ୍ଡାରି ପୋଖରି ବିଧାୟକ ପ୍ରଫୁଲ୍ଲ ସାମଲ ଉପସ୍ଥିତ ରହି ମାଣ୍ଡିଆର ଉପକାରିତା ବୁଝାଇଥିଲେ । ଏଥିସହ ରାଜ୍ୟ ସରକାର କିପରି ମାଣ୍ଡିଆକୁ ବିଶ୍ୱ ଦରବାରକୁ ନେବାକୁ ଚେଷ୍ଟା କରୁଛନ୍ତି ତାହା ମଧ୍ୟ ଆଲୋଚନା କରିଥଲେ । ମାଣ୍ଡିଆକୁ ଏକ ପୋଷକ ଖାଦ୍ୟରେ ପରିଣତ କରିପାରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ପ୍ରଫୁଲ୍ଲ ସାମଲ କୃତଜ୍ଞତା ଜଣାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *