Pratidin TV

Odisha's Digital News Platform

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ୍ ।

1 min read

ମୁଖ୍ୟମନ୍ତ୍ରୀଙ୍କ ଶପଥ ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ ଆଶ୍ୱସ୍ତି । ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ୍ । ପୋଲିଂ ବୁଥ୍ରେ ଗଣ୍ଡଗୋଳ ସହ ଇଭିଏମ୍ ଭଙ୍ଗାରୁଜା ଗିରଫ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୂର୍ବରୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ଏବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ୍ ମଞ୍ଜୁର କରିଛନ୍ତି ହାଇକୋର୍ଟ। ପ୍ରଶାନ୍ତଙ୍କ ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ। ଏନେଇ ସୂଚନା ଦେଲେ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଅଚାର୍ଯ୍ୟ ।

ଚଳିତ ନିର୍ବାଚନରେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ବିଧାନସଭାରୁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଦିନ ସେ ବୋଲଗଡ ବ୍ଲକ୍‌ କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ। ସେଠାରେ ସେ ଇଭିଏମ୍‌ ଭଙ୍ଗିଥିବା ଅଭିଯୋଗ ହୋଇଥିଲା। ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ପୁଲିସ୍‌ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା।

Advertisement

ଜେଲ୍‌ରେ ଥିବା ବେଳେ ମେ’ ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ମେ’ ୨୯ ତାରିଖ ଭୋରରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ୍ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିଲା। ୧୧ ଦିନ ପରେ ଗତ ୯ ତାରିଖରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।

Leave a Reply

Your email address will not be published. Required fields are marked *