Pratidin TV

Odisha's Digital News Platform

ବିଚ୍ ରାସ୍ତାରେ ବିଧାୟିକାଙ୍କ ଠାରୁ ମାଡ ଖାଇଲେ ଇଞ୍ଜିନିୟର ବାବୁ , ଜାଣନ୍ତୁ କାହିଁକି ?

1 min read

ମୁମ୍ବାଇ : ଚର୍ଚ୍ଚାରେ ବିଧାୟିକାଙ୍କ ଚାପୁଡା ମାରିବା କଥା । ସେ ପୁଣି ସାଧାରଣ ଲୋକଙ୍କୁ ନୁହଁ ବରଂ ୨ ଜଣ ଇଞ୍ଜିନିୟର ବାବୁଙ୍କୁ ବିଚ୍ ରାସ୍ତାରେ ଚାପୁଡା ମାରିଲେ । ଯାହାର ଭିଡିଓ ବର୍ତ୍ତମାନ ଚାରିଆଡେ ଭାଇରାଲ ହେଉଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କାହିଁକି ଜଣେ ବିଧାୟିକା ୨ ଇଞ୍ଜିନିୟରଙ୍କୁ ଏମିତି ରାସ୍ତା ମଝିରେ ଚାପୁଡା ମାରିଲେ । ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ମୁମ୍ବାଇ ଥାଣେ ଜିଲ୍ଲାରେ ମୀରେ ଭାୟାନ୍ଦର ମ୍ୟୁନସିପାଲଟି ଅଞ୍ଚଳର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତକାଲି ଗୀତା ଜୈନ ନାମକ ସ୍ୱାଧୀନ ପାର୍ଟିର ବିଧାୟିକା ଚାପୁଡ଼ା ପକାଇଥିଲେ। ଖବର ଅନୁଯାୟୀ ଗତକାଲି ମୀରା ଜୈନଙ୍କ ନିର୍ବାଚନ ମଣ୍ଡଳୀ ଥାନେ ଜିଲ୍ଲାର ଭାୟାନ୍ଦରରେ ଜବରଦଖଲ ଉଚ୍ଛେଦ କାମ ଚାଲିଥିବା ବେଳେ ସେ ସେଠାକୁ ଯାଇଥିଲେ। ଉକ୍ତ ସମୟରେ ସ୍ଥାନୀୟ ଲୋକେ ବିଧାୟିକାଙ୍କୁ ଘେରି ବିନା ନୋଟିସ୍ରେ ଜବରଦଖଲ ଉଚ୍ଛେଦ ହେଉଥିବା କହିଥିଲେ।

Advertisement

ଏସବୁ ଶୁଣିବା ପରେ ବିଧାୟିକା ଖୁବ୍ ଜୋରରେ ରାଗିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ୨ ଇଞ୍ଜିନିୟରଙ୍କୁ ଡାକି ଏସବୁ ବିଷୟରେ ପଚାରିଥିଲେ । ଏପରିକି ଆଗକୁ ବର୍ଷା ଦିନ ଆସୁଥିବାରୁ ଛୋଟ ଛୁଆ ସମେତ ଅନ୍ୟମାନେ କେଉଉଁଠି ରହିବେ ବୋଲି ପଚାରିଥିଲେ। ଏନେଇ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏଥିରେ କ୍ଷୁବ୍ଧ ବିଧାୟକ ଜଣେ ଜେଇଙ୍କ ଗାଲରେ ଏକ ଶକ୍ତ ଚାପଡ଼ା ବଜାଇ ଦେଇଥିଲେ। ଏନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *