Pratidin TV

Odisha's Digital News Platform

୬୦ ରୁ ୮୦ ବର୍ଷ ମହିଳା ବେଶି ହଇରାଣ ହେଉଛନ୍ତି , ସୁଭଦ୍ରା ଯୋଜନାରେ ଟଙ୍କା ତାଙ୍କୁ ପ୍ରଥମେ ମିଳିବା କଥା – ବିଧାୟିକା ସୋଫିଆ ଫିରଦୋସ୍ ।

ମୁହଁ ଖୋଲି ମା, ମାଉସୀଙ୍କ ମନ କଥା କହିଦେଲେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ୍ । ସୁଭଦ୍ରା ଯୋଜନା ବୟସ ସୀମା କୁ ସୋଫିଆ ଦୃଢ ବିରୋଧ କରି କହିଛନ୍ତି ଯେ ୬୦ ରୁ ୮୦ ବର୍ଷ ମହିଳାଙ୍କୁ କାହିଁକି ବାଦ୍ ଦିଆଯାଇଛି । ସେମାନେ ହିଁ ନିଜ ନିଜ ଘରେ ଅଧିକ ନିର୍ଯ୍ୟାତିତ ଆଉ ଅନାଦର ହେଉଛନ୍ତି । ପ୍ରାୟତ ୬୦ ବର୍ଷ ପରେ ଘରେ ବୃଦ୍ଧା ମାନଙ୍କୁ ପରିବାର ଲୋକମାନେ ଅନାଦାର କରିବା ଆରମ୍ଭ କରଦିଅନ୍ତି ତା ଛଡା ସେମାନଙ୍କ ମଧ୍ୟରୁ ଅନେକ ବୃଦ୍ଧାଶ୍ରମରେ ନିଜ ଜୀବନ ଅତିବାହିତ କରିଥାନ୍ତି ତେଣୁ ସେମାନଙ୍କୁ ଏହି ସୁଭଦ୍ରା ଯୋଜନା ମିଳିବା ନିହାତି ଆବଶ୍ୟକ ।

Leave a Reply

Your email address will not be published. Required fields are marked *