ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲିଲେ ବିଧାୟିକା ସୋଫିଆ , ତର୍ଜମା କରି ବୁଝିଲେ ଲୋକଙ୍କ କଥା । ।
1 min readକଟକ : ଏବେ ଆକ୍ସନ୍ ମୋଡ୍ ରେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋଷ । ପହଞ୍ଚିଛନ୍ତି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଚିକିତ୍ସା ବ୍ୟବସ୍ଥା କେମିତି ଚାଲିଛି ଏ ନେଇ ଲୋକଙ୍କ ଠୁ ଶୁଣିଛନ୍ତି ଅଭିଯୋଗ ।
ଆଉ ଏଠାରେ କ’ଣ ଆବଶ୍ୟକତା ରହିଚି । ରୋଗୀ ସଂଖ୍ୟା କୁ ନଜରରେ ରଖି ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ଅଛନ୍ତି କି ନାହିଁ ।
ଆହର କେନ୍ଦ୍ର କେମିତି ଚାଲିଛି । ବି ଏସ୍ କେ ୱାଇ କାର୍ଡ ଠିକ୍ କାମ କରୁଛି କି ନାହିଁ । ପ୍ରାଥମିକତା ବି ରହିବ କିଛି ସମସ୍ୟାର ସମାଧାନ କିଭଳି ତୁରନ୍ତ କରାଯାଇପାରିବ ଏସବୁ କୁ ସମୀକ୍ଷା କରିବେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୋଷ । ବିଗତ ଦିନରେ କଟକ ଶିଶୁ ଭବନ ଯାଇ ସେଠାରେ ମଧ୍ୟ ସମୀକ୍ଷା କରିଥିଲେ ବିଧାୟିକା ସୋଫିଆ ।