Pratidin TV

Odisha's Digital News Platform

ରାଜ୍ୟ ସରକାର ନେଲେ ନିଷ୍ପତ୍ତି : ଦଳ ବଦଳାଇଲେ ବିଧାୟକଙ୍କୁ ମିଳିବନି ପେନସନ୍ …

1 min read

 ରାଜ୍ୟ ସରକାର ଆଣିଲେ  ନୂଆ ବିଲ୍‌ । ଏଣିକି ଦଳ ବଦଳାଇଲେ କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହେଲେ ବିଧାୟକଙ୍କୁ ମିଳିବନି ପେନସନ । ମୁଖ୍ୟମନ୍ତ୍ରୀ ଆଗତ କରିଥିବା ବିଲ ବିଧାନସଭାରେ ପାରିତ ହୋଇଛି। ଏବେ ରାଜ୍ୟପାଳଙ୍କ ସମ୍ମତି ପରେ ଏହି ବିଲ କାର୍ଯ୍ୟକାରୀ ହେବ । ସୂଚନାନୁଯାୟୀ ହିମାଚଳ ପ୍ରଦେଶ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ । ଏଣିକି ରାଜ୍ୟରେ ଯଦି କୌଣସି ରାଜନେତା ତାଙ୍କ ଦଳ ଛାଡ଼ନ୍ତି କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହୁଅନ୍ତି, ତେବେ ତାଙ୍କୁ ପେନସନ ମିଳିବ ନାହିଁ ।

ଏ ସଂକ୍ରାନ୍ତ ବିଲ୍‌କୁ ହିମାଚଳ ପ୍ରଦେଶ ବିଧାନସଭାରେ ଅନୁମୋଦନ ମିଳିଛି । ନିଜେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦ ସିଂହ ସୁଖୁ ବିଧାନସଭାରେ ଏହି ବିଲ ଆଗତ କରିଛନ୍ତି । ଏବେ ବିଲକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବ । ଆଉ ରାଜ୍ୟପାଳ ମୋହର ଲଗାଇବା ପରେ ଏହା ଆଇନରେ ପରିଣତ ହେବ । ଗତ ଫେବ୍ରୁଆରିରେ ହିମାଚଳ ପ୍ରଦେଶ କଂଗ୍ରେସର ୬ ଜଣ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଥିଲେ । ବଜେଟ ଉପରେ ଲେଖାନୁଦାନ ପାରିତ ବେଳେ ଏହି ୬ ବିଧାୟକ ଅନୁପସ୍ଥିତ ରହିବାରୁ ବାଚସ୍ପତି ସେମନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ପରେ ସେମାନଙ୍କ ମଧ୍ୟରୁ ୨ ଜଣ ଉପନିର୍ବାଚନ ଜିତି ବିଧାନସଭାକୁ ଫେରିଥିବା ବେଳେ ୪ ଜଣ ହାରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *