Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ନାଳ ଭିତରକୁ ଖସିଲା ମୋ-ବସ:୨୦ ଯାତ୍ରୀ ଆହତ

1 min read

ଭାରସାମ୍ୟ ହରାଇଲା ମୋ-ବସ | ରାସ୍ତା କଡ଼ ନଳକୁ ଖସିଲା | ୨୦ ଯାତ୍ରୀ ହେଲେ ଆହତ | ଯାତ୍ରୀ ପଲିସିସକୁ ସୂଚନା ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିଲେ କୌଣସି ଅଧିକାରୀ | ପରେ ବସର ୱିଣ୍ଡୋ ଗ୍ଲାସ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ନଥିବା ନେଇ ହୋଇଛି ଅଭିଯୋଗ |

ତେବେ ସୂଚନା ଅନୁସାରେ,ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା | ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇଲା ମୋ-ବସ | ଯାହା ଫଳରେ ନଳକୁ ଖସି ପଡିଥିଲା ମୋ-ବସ | ସୂଚନା ଅନୁଯାୟୀ, ଘଟଣା ସମୟରେ ମୋ-ବସରେ ୨୦ ରୁ ୨୫ ଯାତ୍ରୀ ଥିଲେ | ୨୦ ଯାତ୍ରୀ ହୋଇଥିଲେ ଆହତ | ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ ଜଣ ଗୁରୁତର ଥିବା କୁହାଯାଉଛି । କିଛି ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯିବ ବୋଲି ସୂତ୍ରରୁ ପ୍ରକାଶ ।

କିଛି ଯାତ୍ରୀ ପୋଲିସ ନିୟନ୍ତ୍ରଣ କକ୍ଷକୁ ଫୋନ କରି ସୁଚନା ଦେଥିଲେଏ ମଧ୍ୟ ଘଟଣାସ୍ଥଳକୁ ଆସି ନଥିଲେ | ସ୍ଥାନୀୟ ଲୋକ ପ୍ରଥମେ ସାହାଯ୍ୟ ପାଇନଥିଲେ | କିନ୍ତୁ ପରେ ମୋ-ବସ ର ୱିଣ୍ଡୋ ଗ୍ଲାସ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ |

Leave a Reply

Your email address will not be published. Required fields are marked *