ଆଜିଠାରୁ ଅପରାହ୍ନ ୩ଟା ୩୦ ପରେ କଟକ ଭୁବନେଶ୍ୱରରେ ଗଡିବନି ମୋ ବସ…!
1 min readଦୁର୍ଗାପୂଜାର ଆଜି ହେଉଛି ନବମୀ । ।ଗାଁ ଠୁ ସହର ସବୁଆଡେ ଧୁମଧାମରେ ପାଳନ ହେଉଛି ପୁଜା କାଯ୍ୟକ୍ରମ । ରଙ୍ଗ ବେରଙ୍ଗର ଆଲୋକ ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ଡିଜାଇନର ବଡ ବଡ ତୋରଣ ସହରକୁ ବେଶ ଆକର୍ଷଣୀୟ କଲରୁଛି । ସନ୍ଧ୍ୟା ହେଲା ମାତ୍ରେ ଲୋକମାନେ ଦୁର୍ଗାମଣ୍ଡପ ଗୁଡିକ ପରିଦର୍ଶନ କରି ମା’ଙ୍କୁ ଦର୍ଶନ କରୁଛନ୍ତି । ସେଥିପାଇଁ ରାସ୍ତା ଗଳି କନ୍ଦି ଗୁଡିକରେ ଅସମ୍ଭାଳ ଭିଡ ରହୁଛି । ଏପରିକି ରୋଡରେ ଛୋଟ ବଡ ଗାଡି ମଧ୍ୟ ଫସି ରହୁଛି । ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ କର୍ମଚାରୀ ଓ ପୋଲିସ ଭିଡ ନିୟନ୍ତ୍ରଣ କରିବାକୁ ନିୟୋଜିତ ରହିଛନ୍ତିୁ । ତଥାପି ଲୋକଙ୍କ ଅସମ୍ଭାଳ ଭିଡ ଯୋଗୁଁ ବଡ ବଡ ଯାନ ବାହନ ରୋଡରେ ଯିବା ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତକାଲି ମହାଷ୍ଟମୀ ଯୋଗୁଁ ରାଜଧାନୀ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରାରେ ଲୋକଙ୍କ ଗହଳି ଲାଗି ରହିଥିଲା । ସେଥିପାଇଁ ଗାଡି ଗୁଡିକ ଯାତୟାତ କରିବା ବେଳେ ଘଣ୍ଟା ଘଣ୍ଟା ଧରି ସମୟ ଲାଗୁଥିଲା । ଭୁବନେଶ୍ୱର ରସୁଲଗଡ ବାଣି ବିହାରରୁ ଶିଶୁଭବନ ଜୟଦେବ ବିହାର, ପଟିଆ ବରମୁଣ୍ଡା ଆଦି ରୁଟରେ ଗହଳି ଥିଲା । ସେହିପରି କଟକୁର ମଧ୍ୟ ରାଣୀହାଟ କଲେଜଛକ ବାଦାମବାଡି ଏବ ସିଡିଏ ରୋଡରେ ଅସଂଖ୍ୟ ଲୋକଙ୍କ ଗହଳି ଲାଗିରହିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକମାନେ ପୁଜା ମଣ୍ଡପ ଗୁଡିକ ପରିଭ୍ରମଣ କରୁଥରଲେ । ଆଉ ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଅଧିକ ଭିଡ ହୋଇପାରେ । ଏହି ଭିଡକୁ ଦୃଷ୍ଟିରେ ରଖି ଅପରାହ୍ନରେ ମୋ ବସ ଚଳାଚଳକୁ ବନ୍ଦ ରଖାଇଯାଇଛି । ଅର୍ଥାତ ଅପରାହ୍ନ ୩ ଟା ୩୦ରୁ ମୋ ବସ ଚାଲିବ କି ନାହିଁ ସେନେଇ ନିଷ୍ପତ୍ତି ନେବେ ମୋ ବସ କର୍ତ୍ତୁପକ୍ଷ । କଟକ ଭୁବନେଶ୍ୱରରେ ହଜାର ହଜାର ଲୋକ ନିର୍ଭର କରୁଥିବାରୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯୀବ ବୋଲି କ୍ରଟ ପକ୍ଷରୁ ଏକ୍ସ ଜରିଆରେ ସୂଚନା ଦିଆଯାଇଛି ।