ଏଣିକି ଲକ୍ଷ୍ମୀ ଯୋଜନାରେ ଗ୍ରାମାଞ୍ଚଳକୁ ଗଡିବ ମୋ ବସ୍ , ପ୍ରଥମ ପର୍ଯ୍ୟାୟରେ ୬ ଟି ଜିଲ୍ଲାକୁ ଚାଲିବ …
1 min readଭୁବନେଶ୍ୱର : ଏଣିକି ପ୍ରତି ପଞ୍ଚାୟତକୁ ଗଡିବ ମୋ ବସ୍ । ବ୍ଲକ୍ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଗଡ଼ିବ ‘ମୋ ବସ୍’ । ତେବେ ଲକ୍ଷ୍ମୀ ସ୍କିମରେ ଥିବା ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଆରମ୍ଭ ହେବ ମୋ ବସ ସେବା ।
କୋରାପୁଟ,ନବରଙ୍ଗପୁର,ରାୟଗଡ଼ା, ମାଲକାନଗିରି କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ସେବା ଆରମ୍ଭ ହେବ।ତେବେ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ଚାଲିବ ମୋ’ ବସ୍ ବୋଲି କହିଛନ୍ତି ପରିବହନ ସଚିବ ।
ଆଜିବି ରାଜ୍ୟରେ ଏପରି ଅଞ୍ଚଳ ରହିଛି ଯେଉଁଠି ଯୋଗାଯୋଗର ସଠିକ୍ ବ୍ୟବସ୍ଥା ବା ସୁବିଧା ନାହିଁ । ଗାଁ ମାନଙ୍କୁ ନା ସରକାରୀ ବସ୍ ଚାଲୁଛି ନା ପ୍ରାଇଭେଟ୍ । ଲୋକମାନେ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଗର୍ଭବତୀମାନେ ମଧ୍ୟ ଏଭଳି ଅଞ୍ଚଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀ ଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ଗମନା ଗମନ ପାଇଁ ଅନେକ ଖର୍ଚ୍ଚାନ୍ତ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲେ। ଏବେ ଏହି ଦୁଃଖ ଦୂର ହେବାକୁ ଯାଉଛି। କାରଣ ପ୍ରତି ଗାଁକୁ ଚାଲିବ ମୋ’ ବସ୍ ଚଲାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।