Pratidin TV

Odisha's Digital News Platform

ସମ୍ବଲପୁରର ବନ୍ଦ ହେଲା ମୋ ବସ ସେବା , କର୍ମଚାରୀ କଲେ ଧର୍ମଘଟ ।

ଆଜି ସମ୍ବଲପୁର ସହର ରେ ଚାଲିଥିବା ମୋ ବସ ସେବା ବନ୍ଦ ରହିଛି । ଏଥିଯୋଗୁଁ ସହରରେ ଚାଳୁଥିବା ସମସ୍ତ ୨୫ ଗୋଟି ବସ ଗୁଡିକ ଅଇଁଠାପାଲି ବସଷ୍ଟାଣ୍ଡ ଠାରେ ଛିଡା ରହିଛି । ମୋ ବସର ଚାଳକ ଓ କର୍ମଚାରୀ ମାନେ ନିଜ ବିଭିନ୍ନ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେ ନାହିଁ ଘୋଷଣା କରିବା ସହ ଧର୍ମଘଟ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ମୋ ବସ ରେ କାର୍ଯ୍ୟରତ ଜଣେ ଡ୍ରାଇଭର ଙ୍କୁ ଜଣେ ବ୍ୟକ୍ତି ଜିଏମ କଲେଜ ଛକରେ ଦୁର୍ବ୍ୟବହାର କରିଥିବା ଘଟଣାର ପ୍ରତିବାଦରେ ମୋ ବସ ର କର୍ମଚାରୀ ତଥା ଚାଳକ ଧର୍ମଘଟ କରୁଥିବା କହିଛନ୍ତି । ତେବେ ଏନେଇ ଦୁର୍ବ୍ୟବହାର ଘଟଣାର ଶିକାର ହୋଇଥିବା ଡ୍ରାଇଭର ଜଣକ ମୋ ବସର ମେନେଜର ଙ୍କୁ ଏହି ଘଟଣା ନେଇ ଅବଗତ କରିବା ପରେ ମଧ୍ୟ ମେନେଜର ଜଣକ ଓଲଟା ଉକ୍ତ ଡ୍ରାଇଭର ଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିଲା ।

ତେବେ ଏହି ଘଟଣା କୁ ନେଇ ସମ୍ବଲପୁର ସହର ରେ ଚାଲିଥିବା ମୋଟ ୨୫ ଟି ବସ ର ୫୦ ଜଣ ଡ୍ରାଇଭର ମାନେ ଆଜି ନିଜ କାର୍ଯ୍ୟ ବନ୍ଦ କରି ଦେଇଥିବା ନେଇ ସୂଚନା ରହିଛି । ଅନ୍ୟପକ୍ଷରେ ମୋ ବସ ସେବା ଆଜି ବନ୍ଦ ଥିବାରୁ ଯାତ୍ରୀ ମାନେ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସମ୍ବଲପୁର ଠାରେ ମୋ ଵସ ଚଳାଚଳ ସେବା ଧର୍ମଘଟ ପାଇଁ ପ୍ରଭାବିତ ହୋଇଥିବା ବେଳେ ଏନେଇ ମହାନଗର ନିଗମ କମିଶନର ବେଦଭୁଷଣ ନିଜ ପ୍ରତିକ୍ରିୟା ରଖିଛନ୍ତି । କମିସନର କହିଛନ୍ତି ଯେ କର୍ମଚାରୀ ଙ୍କ ସହ ଆଲୋଚନା ଯାରି ରହିଥିବା ବେଳେ ଖୁବ୍ ଶିଘ୍ର ମୋ ବସ ଚଳାଚଳ ପ୍ରକ୍ରିୟା ସ୍ବାଭାବିକ ହେବ ।

Leave a Reply

Your email address will not be published. Required fields are marked *