Pratidin TV

Odisha's Digital News Platform

ସାବାଡ୍ ହେବେ ମୋ ବସ୍ ଡ୍ରାଇଭର ; ସ୍ପିଡ୍‌ରେ ଲାଗିବ ବ୍ରେକ୍‌ , ମାତ୍ର ଏତିକି ..

1 min read

ସାବାଡ୍ ହେବେ ମୋ ବସ୍ ଅମାନିଆ ଡ୍ରାଇଭର । ଦିନକୁ ଦିନ ମୋ ବସ୍ ଚାଳଙ୍କ ମାନଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ବଢୁଥିବାର ଦେଖିବାକୁ ମିଳିଛି । ତେବେ ସମୃକ୍ତ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଜାରି ହୋଇଛି । ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ତେବେ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏଣିକି ‘ମୋ ବସ୍’ରେ ସ୍ପିଡ୍ ଗଭର୍ଣ୍ଣାନ୍ସ ଲାଗିବ । ସହର ଭିତରେ ଗାଡ଼ିର ବେଗ ରହିବ ୪୦ କିଲୋମିଟର । ଗାଡ଼ିରେ ଚଢ଼ିବା ପୂର୍ବରୁ ଡ୍ରାଇଭର ମାଦକ ଦ୍ରବ୍ୟ ସେବନ କରିଛନ୍ତି ନା ନାହିଁ , ତାହା ଯାଞ୍ଚ କରାଯିବା। ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି ମିଳିବ । ଏହାପରେବି ଯଦି ମୋ ବସର କୌଣସି ବି ଚାଳକ ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisement

ଦିନକୁ ଦିନ ‘ମୋ ବସ୍’ର ବେପରୁଆ ଭାବନା ପାଇଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ନିକଟରେ ମୋ ବସ୍ ଚାଳକଙ୍କ ବେପରୁଆ ମନୋଭାବ ପାଇଁ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିବା ବେଳେ ଜଣେ ଝିଅ ଗୁରୁତର ଆହତ ହୋଇଥିଲେ । ଏହାସହିତ ମୋ ବସ୍ ରେ ବେପରୁଆ ଭାବେ ଗାଡି ଚଳାଇବା, ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିବାର ଅନେକ ଅଭିଯୋଗ ମଧ୍ୟ ହୋଇଛି । ଅନେକ ମାମଲା ମଧ୍ୟ ସାମ୍ନକୁ ଆସିଛି । ଯାହାକୁ ନେଇ ସାଧାରଣ ଲୋକ ଉତ୍ୟକ୍ତ ହୋଇ ବିଭିନ୍ନ ସ୍ଥାନରେ ମୋ ବସ୍ ଉପରକୁ ଆକ୍ରମଣ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *