ହଷ୍ଟେଲରେ ନମାଜ ପାଠ ବେଳେ ଦୁର୍ବୁତ୍ତମାନଙ୍କ ଆକ୍ରମଣ…….ଭିଡ଼ିଓ ସହ ଫଟୋ ହେଲା ଭାଇରାଲ
1 min readଅହମ୍ମଦାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ରମଜାନ କାରଣରୁ ନମାଜ ପାଠ କରୁଥିଲେ | ସେହି ସମୟରେ କିଛି ଦୁର୍ବୁତ୍ତମାନେ ପଶି ମାରପିଟ କରିବା ଆରମ୍ଭ କରିଦେଇଥିଲେ | ଅନ୍ୟ ଛାତ୍ରମାନଙ୍କୁ ମଧ୍ୟ ଏହି ଆକ୍ରମଣରେ ଗୁରୁତର ହୋଇଥିଲେ । ହଷ୍ଟେଲରେ ଭଙ୍ଗାରୁଜା ଏବଂ ପଥର ଫିଙ୍ଗିବା ମଧ୍ୟ ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।
ଶନିବାର ଦିନ ହଷ୍ଟେଲରେ ଚାଲିଥିଲା ନମାଜ | ସେହି ସମୟରେ ଦୁର୍ବୁତ୍ତମାନେ ଦେଖିଛନ୍ତ୍ତି ଦାଦାଗିରି | ରମଜାନ କାରଣରୁ ହଷ୍ଟେଲରେ କିଛି ଛାତ୍ରମାନେ ମିଶି ନମାଜ ପଢୁଥିଲେ | ସେହି ସମୟରରେ କିଛି ଦୁର୍ବୁତ୍ତ ପଶି ଆସି ମାରପିଟ ସହ ଜିନିଷପତ୍ର ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ | ଏହି ଆକ୍ରମଣରେ ୫ ବିଦେଶ ଛାତ୍ର ମଧ୍ୟ ଆହତ ହୋଇଥିଲା | ଦୁର୍ବୁତ୍ତମାନେ ଲାଠି ଓ ଖଣ୍ଡା ଧରି ତାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ | ଏହି ଘଟଣାର ଭିଡ଼ିଓ-ଫଟୋ ଭାଇରାଲ ହେବାରେ ଲାଗିଥିଲା | ଭିଡ଼ିଓରେ ଦେଖିବାକୁ ମିଳିଥିଲା କିଛି ଦୁର୍ବୁତ୍ତ ହଷ୍ଟେଲରେ ପଥର ଫିଙ୍ଗିବା ସହ ବିଦେଶ ଛାତ୍ରଙ୍କ ପ୍ରତି ଅଶ୍ଳୀଳ ବ୍ୟବହାର କରିଥିଲେ | ଏହି ଘଟଣାର ଫଟୋ ଭଙ୍ଗା ବାଇକ, ଲାପଟପ, ରୁମ ଦେଖିବାକୁ ମିଳିଥିଲା |
ଅନ୍ୟପଟେ ଏହି ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ଯଥାଶୀଘ୍ର ଦୁର୍ବୁତ୍ତମାନଙ୍କୁ ଗିରଫ କରିବ ବୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |