Pratidin TV

Odisha's Digital News Platform

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଲେ କଡ଼ା ଚେତାବନୀ; ରଥ ଉପରକୁ ନେଇପାରିବେନି ମୋବାଇଲ ..

1 min read

ରଥ ଉପରକୁ ନେଇପାରିବେନି ମୋବାଇଲ । ସେବାୟତ ହୁଅନ୍ତୁ କି ଦଇତାପତି, କେହି ବି ନିଜ ସହିତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ। ସେବାୟତଙ୍କୁ ତାଗିଦ କରି ଏପରି କିଛି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନବନିଯୁକ୍ତ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଅରବିନ୍ଦ ପାଢ଼ୀ କଡ଼ା ଚେତାବନୀ ଦେଇ କହିଛନ୍ତି, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ପହଣ୍ଡି ଅଘଟଣକୁ ନେଇ ଅରବିନ୍ଦ ପାଢ଼ୀ କହିଛନ୍ତି, ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ଅଣସେବାୟତ ରଥ ଉପରେ ମୋବାଇଲ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ଯେଉଁ ସେବାୟତମାନେ ବିଶୃଙ୍ଖଳିତ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରକୁ ମୋବାଇଲ ଫୋନ୍ ନେବା ଓ ଅଣ ସେବାୟତଙ୍କ ପ୍ରବେଶକୂ ସଂପୂର୍ଣ୍ଣ ବାରଣ କରାଯାଉଛି।

ଏନେଇ ସଂପୃକ୍ତ ନିଯୋଗ ସାଙ୍ଗରେ ବାର୍ତ୍ତାଳପ ହୋଇଛି, ଆଗକୁ ଏନେଇ ଆଜି ସଂନ୍ଧ୍ୟାରେ ଅଧିକ ଆଲୋଚନା ପାଇଁ ବୈଠକ ବସି କଡ଼ା ନିଷ୍ପତ୍ତି ନିଆଯିବ। ଯେଉଁମାନେ ବି ଏଥିରେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ ରଥ ଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢିଥିବା ନଜରକୁ ଆସିଥିଲା। ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି କି, ଏବେ ରଥ ଉପରେ ସୀମିତ ସେବାୟତ ଚଢିବାକୁ ଅନୁମତି ଦିଆଯିବ। ଯାହାର ସେବା ନାହିଁ ସେମାନଙ୍କୁ ରଥ ଉପରେ ଚଢିବାକୁ ଅନୁମତି ଦିଆଯିବ ନାହିଁ।

Advertisement

Leave a Reply

Your email address will not be published. Required fields are marked *