Pratidin TV

Odisha's Digital News Platform

ମୋବାଇଲ ୟୁଜର୍ସଙ୍କୁ ବଡ ଝଟକା : ପୁଣି ବଢିବJio-Airtel ର ରିଚାର୍ଜ ପ୍ଲାନ୍‌

1 min read

ନୂଆଦିଲ୍ଲୀ : ଗ୍ରାହକମାନଙ୍କୁ ପୁଣି ମହଙ୍ଗା ମାଡ । ଭାରତରେ ଖୁବଶ୍ରୀଘ୍ର ଟେଲିକମ୍ କମ୍ପାନୀଗୁଡିକ ନିଜର ରିର୍ଚାଜ ପ୍ଲାନ ଗୁଡି ମୂଲ୍ୟକୁ ବଢେଇପାରନ୍ତି ।

ଏନେଇ ଦଲାଲ ସଂସ୍ଥା ଜେଫେରୀ ନିଜର ଏକ ରିପୋର୍ଟରେ ଏହା ସୂଚିତ କରିଛି। ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡିକ ରିଚାର୍ଜ ଯୋଜନାର ମୂଲ୍ୟ ୧୦ ପ୍ରତିଶତକୁ ବୃଦ୍ଧି କରିପାରନ୍ତି । ରିପୋର୍ଟ ଅନୁଯାୟୀ ୫ଜି ଲଞ୍ଚ ପରେ ଏୟାରଟେଲ ଏବଂ ଜିଓ fy୨୩,fy୨୪, fy୨୫ ର ଚତୁର୍ଥ ମାସରେ ମୂଲ୍ୟ ବୃଦ୍ଧି କରାଯାଇପାରେ । ସେହିପରି ବିଶ୍ଳେଷକଙ୍କ ଅନୁ୍‌ଯାୟୀ ଏହା ପୂର୍ବରୁ ହୋଇଥିବା ରିଚାର୍ଜ ପ୍ଲାନ ମୂଲ୍ୟର ବୃଦ୍ଧିରେ ସମସ୍ତ ଲାଭ ବା ସୁବିଧା ଟେଲିକମ୍ କମ୍ପାନୀ ଗୁଡିକର ହୋଇଥିଲା ।

Advertisement

ତେବେ ହଠାତ୍ ପୁଣି ଟେଲିକମ୍ କମ୍ପାନୀ ଗୁଡିକ ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି କରିବା ବଡ କାରଣ ସେ କମ୍‌ପାନୀ ଗୁଡିକ ବର୍ତ୍ତମାନ ରାଜସ୍ୱ ଏବଂ ମାର୍ଜିନ ଚାପରେ ରହୁଛି ।ଏୟାରଟେଲ ଅଧିକାରୀ ମାନେ ବିଭିନ୍ନ ସମୟରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧିପାଇଁ ଆଲୋଚନା କରିସାରିଛନ୍ତି । କମ୍ପାନୀ ଉନ୍ନତ APRU (ଆଭରେଜ୍ ରେଭିନ୍ୟୁ ଫର ୟ୍ୟୁଜର୍‌/ଉପଭୋକ୍ତାଙ୍କ ପାଇଁ ହାରାହାରି ରାଜସ୍ୱ) ବିଷୟରେ ମଧ୍ୟ ଆଲୋଚନା ଚଲେଇଛନ୍ତି । ସମସ୍ତ କମ୍ପାନୀ ପାଇଁ ନିଜ ନିଜ APRU ବହୁତ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ସେହିଭଳି ଗତ ସେପ୍ଟେମ୍ବର ମାସରେ ଜିଓ,ଏୟାରଟଲେ୍ ଏବଂ ଭିଆ APRU ରେ ବୃଦ୍ଧି ଘଟିଥିଲା ।

ଯେଉଁଠାରେ ଜିଓର ଇଚଜଟ ରେ ୦.୮ ପ୍ରତିଶତ ବୃଦ୍ଧିପାଇଥିଲା । ସେଇଠି ଭିଆର ୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଏୟାରଟେଲ ସର୍ବାଧିକ ୪ ପ୍ରତିଶତ ବୃଦ୍ଧି ପାଇଥିଲା । ନିକଟରେ ଏୟାରଟେଲ ନିଜର ୯୯ ଟଙ୍କା ମିନିମମ୍ ରିଚାର୍ଜକୁ ବଢାଇ ୧୫୫ ଟଙ୍କାରେ ପହଞ୍ଚିଛି । ଆଗକୁ ଟେଲିକମ କମ୍ପାନୀ ଗୁଡିକ ନିଜ ନିଜର ରିଚାର୍ଜ ପ୍ଲାନର ମୂଲ୍ୟ / ଶୁକ୍ଲ ବଢାଇବାକୁ ଯୋଜନା ଚଳାଇଛନ୍ତି ବୋଲି ଜେଢର ଏକ ସୂଚାନ ପ୍ରଦାନ କରିଛି ।

Leave a Reply

Your email address will not be published. Required fields are marked *