Pratidin TV

Odisha's Digital News Platform

ଭାଇଚାରା ସହରରେ ଜମିଲାଣି ରଙ୍ଗର ପସରା, ବଜାରକୁ ଆସିଲାଣି ମଡର୍ଣ୍ଣ ପିଚିକାରୀ ।

1 min read

ଆଉ ଦିନ କେଇଟାରେ ରଙ୍ଗର ପର୍ବ ହୋଲି । ଏ ନେଇ ଚଳଚଞ୍ଚଳ ରୌପ୍ୟନଗରୀ ର ରଙ୍ଗ ମାର୍କେଟ । ଭଳିକି ଭଳି ରଙ୍ଗ ସାଙ୍ଗକୁ ବିଭିନ୍ନ ପ୍ରକାର ଅଭୀର ରଙ୍ଗ, ହର୍ବଲ ରଙ୍ଗ, ପିଚକାରୀ, ମୁହଁ ମାକ୍ସ୍, ଏବଂ ମୁଣ୍ଡ ଚୁଟି ରହିଛି ବଜାରରେ । ତେବେ ଚଳିତ ଥର ନୂଆ କରି ମାର୍କେଟ କୁ ଆସିଚି ଇଲେକ୍ଟ୍ରିକ୍ ଏବଂ ବ୍ୟାଟେରୀ ଚାଳିତ ପିଚକାରୀ । ଯାହା ଏବେ ବେଶ୍ ଆକୃଷ୍ଟ କରୁଛି ଗ୍ରାହକ ମାନଙ୍କୁ ।

ହୋଲି ପାଇଁ ପ୍ରସ୍ତୁତ ହେଲାଣି ଏବେ ରଙ୍ଗ ବଜାର । କଟକ ଚୌଧୁରୀ ବଜାର ରେ ଜମିଲାଣି ରଙ୍ଗର ପସରା । ଦୋକାନ ବାହାରେ ଝୁଲା ହେଇଚି ବିଭିନ୍ନ ଜୀବଜନ୍ତୁଙ୍କ ଠୁ ଆରମ୍ଭ କରି (Ghost)ଘୋଷ୍ଟ ମାସ୍କ, ଚୁଟି, ଅଭୀର ରଙ୍ଗ, ପିଚକାରୀ, ଏବଂ ଭଳିକି ଭଳି ଇଲେକ୍ଟ୍ରିକ୍ ଗନ୍ ପିଚକାରୀ ଓ ବ୍ୟାଟେରୀ ଚାଳିତ ଗନ୍ ପିଚକାରୀ । ଯାହାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଭରିଗଲାଣି ଉତ୍ସାହ । ବିଭିନ୍ନ ରଙ୍ଗର ଅଭୀର ଆଠ ଟଙ୍କା ପାକେଟ୍ ରୁ ଅଶିଟଙ୍କା ପର୍ଯ୍ୟନ୍ତ ଥିବାବେଳେ ହର୍ବଲ୍ ରଙ୍ଗର ପାଞ୍ଚ ଭେରାଇଟି ପାକେଟ୍ କୁ ୧୬୫ ଟଙ୍କା ରହିଛି । ସେହିଭଳି ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ସାଜିଥିବା ଇଲେକ୍ଟ୍ରିକ୍ ଗନ୍ ପିଚକାରୀ ଓ ବ୍ୟାଟେରୀ ଚାଳିତ ପିଚକାରୀ ଗନ୍ ବିଶେଷ ଚାହିଦାରେ ରହିଥିବା ବେଳେ ଏହାର ଦାମ୍ ୧୨୦ ରୁ ନେଇ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଅନ୍ୟପଟେ ଗତବର୍ଷ ଗୁଡ଼ିକରେ ରଙ୍ଗର ଯାହା ଦାମ୍ ଥିଲା ଚଳିତଥର ମାତ୍ର ଟଙ୍କେ, ଦି’ ଟଙ୍କାର ଫରକ୍ ରହିଚି ବୋଲି କହିଛନ୍ତି ବ୍ୟବସାୟୀ ।

Advertisement

ଏପଟେ ଗ୍ରାହକଙ୍କ ମନ ଛୁଇଁଚି ପିଚକାରୀରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । କେବଳ ସେତିକି ନୁହେଁ ପିଚକାରୀରେ ରହିଛି ଦଳୀୟ ଚିହ୍ନ ସାଙ୍ଗକୁ ଦଳର ନାଁ’ । ତେବେ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ସରଗରମ ହେବ ବୋଲି ଯାହା ବାରି ହେଇପଡୁଚି ଏହି ହୋଲି ମାର୍କେଟ ରୁ । ତେବେ ଗରାଖି ରଙ୍ଗ କିଣିବା ପରେ ଭୁଲି ନାହାଁନ୍ତି ଚଳିତ ଥରର ମୁଖ୍ୟ ଆକର୍ଷଣ ସାଜିଥିବା ଇଲେକ୍ଟ୍ରିକ୍ ଗନ୍ ପିଚକାରୀକୁ ନେବାପାଇଁ । ଆଉ ଚାରିଦିନ ପରେ ରଙ୍ଗର ପର୍ବ ହୋଲି । ହଜାରେ ବର୍ଷ ଐତିହ୍ୟର ସହର କଟକରେ ଏଥର ସୁନାର ଦୋଳ ବିମାନ ସାଙ୍ଗକୁ ରଙ୍ଗ ବଜାରର ଇଲେକ୍ଟ୍ରିକ୍ ଗନ୍ ପିଚକାରୀ କଟକକୁ ଦେବ ଆଉ ଟିକେ ସ୍ଵତନ୍ତ୍ର ପରିଚୟ ।

Leave a Reply

Your email address will not be published. Required fields are marked *