Pratidin TV

Odisha's Digital News Platform

ମୋଦି ୩.୦ରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଏହି ମନ୍ତ୍ରଣାଳୟ

1 min read

ଶପଥ ପାଠର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୋଦି ୩.୦ ସରକାରରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁଯୋଗ ମିଳିଛି। ସେମାନଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି।

୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁଯୋଗ ମିଳିଥିବା କ୍ୟାବିନେଟ ମନ୍ତ୍ରୀ ହେଲେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମମାଞ୍ଝୀ ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନାଥ ସିଂହ।

Advertisement

ରାଜନାଥ ସିଂହଙ୍କୁ ମିଳିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ |

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି |

ହରିଆଣର ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟର ଶକ୍ତି ମନ୍ତ୍ରଣାଳୟ ସହ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପାଇଛନ୍ତି।

ଜିତନ ରାମ ମାଞ୍ଝୀ ଏଥର ଗୟା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ବିଜୟୀ ହୋଇ ଲୋକସଭାକୁ ଆସିଛନ୍ତି। ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମଙ୍କୁ ଏମଏସ୍‌ଏମଇର କ୍ୟାବିନେଟ ମନ୍ତ୍ରୀ କରାଯାଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନ୍ଦର, ଜାହାଜ ଚଳାଚଳ ଓ ୱାଟରୱେଜ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ କରାଯାଇଛି।

କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କୁ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ ମିଳିଛି।

Leave a Reply

Your email address will not be published. Required fields are marked *