Pratidin TV

Odisha's Digital News Platform

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ସାମିଲ ହେବାକୁ ଭୁବନେଶ୍ୱରରେ ପହଞ୍ଚିଲେ ମୋଦୀ ।

1 min read

ଭୁବନେଶ୍ୱର ; ଆନ୍ଧ୍ର ପରେ ଏବେ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି । ପ୍ରଥମେ ସେ ସକାଳ ସମୟରେ ଆନ୍ଧ୍ର ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହୋଇଥିଲେ ଏବଂ ବର୍ତ୍ତମାନ ସେ ଓଡିଶା ସରକାରଙ୍କ ସପଥ ଗ୍ରହଣରେ ସାମିଲ ହେବା ପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ଭିତରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ, ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଜନତା ମୈଦାନ ଯିବେ । ତେବେ ଆଜି ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।

Advertisement

ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନ୍ୟ ୯ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *