ମୋଦି କରିଲେ ପ୍ରଶ୍ନ…ନବୀନ ବାବୁଙ୍କ ଅସୁସ୍ଥତା ପଛରେ ଷଡ଼ଯନ୍ତ୍ର କି ?
1 min readମୟୂରଭଞ୍ଜର ବାରିପଦାରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବଡ଼ ଖୁଲାସା କରିଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଶ୍ନ କଲେ ନରେନ୍ଦ୍ର ମୋଦି | ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଯଦି କିଛି ଷଡ଼ଯନ୍ତ୍ର ଅଛି କି ?
ନରେନ୍ଦ୍ର ମୋଦି କହିଥିଲେ, ନବୀନ ବାବୁଙ୍କର ଶୁଭଚିନ୍ତକମାନେ ବହୁତ ଚିନ୍ତାରେ ଅଛନ୍ତି | ସେ କହିଛନ୍ତି, ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଖରାପ କେମିତି ହେଲା? ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି । ତାଙ୍କ ଘନିଷ୍ଠ ମାନଙ୍କ କହିବାନୁସରେ ନବୀନ ବାବୁଙ୍କର ସ୍ୱାସ୍ଥ୍ୟବସ୍ଥାର ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି |
ଏହା ପଛରେ ସେହି କୋଟରୀ କାମ କରୁନି ତ, ଯେଉଁମାନେ ପରଦା ପଛରେ ରହି ଓଡ଼ିଶାର ଶାସନ କରୁଛନ୍ତି । ଏହା ଉପରୁ ପରଦା ହଟିବା ଆବଶ୍ୟକ । ଏହାର ଯାଞ୍ଚ ହେବା ଆବଶ୍ୟକ । ବିଜେପି ସରକାର ଆସିଲେ, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ କାହିଁକି ଖରାପ ହେଲା ତାହାର ଯାଞ୍ଚ କରିବାକୁ ଏକ ସ୍ପେସିଆଲ କମିଟି ଗଠନ କରିବୁ । ଏବଂ ତାବଙ୍କ ସ୍ୱାସ୍ଥ୍ୟବସ୍ଥା ବିଶ୍ୱରୀ ଯାଞ୍ଚ କରି ସମସ୍ତ ତଥ୍ୟ ବାହାର କରିବୁ |