ବରଗଡରେ ମୋଦି ଦେଲେ ନିମନ୍ତ୍ରଣ , କହିଲେ ଜୁନ୍ ୧୦ରେ ସମସ୍ତେ ଆସିବ ଭୁବନେଶ୍ୱର ..
1 min readବରଗଡରେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଜନସମାବେଶକୁ ସମ୍ବୋଧିତ କରିଥିଲେ ମୋଦି । ଆଉ ଭାଷଣ ଆରମ୍ଭ କରିବା ମାତ୍ରେ ରାଜ୍ୟର ନବୀନ ସରକାର ଉପରେ ବର୍ଷି ଥିଲେ। କହିଥିଲେ ବିଜେଡି ସରକାରର କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି । ଏଥର ବିଜେଡି ସରକାର ବିଜେଡି ସରକାର ବିଦାୟ ନେବ। ତାସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଜୁନ୍ ୪ ତାରିଖକୁ ମନେ ରଖିଥା’ନ୍ତୁ। କାରଣ ଏହା ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ।
ସେଥିପାଇଁ ଭୁବନେଶ୍ୱର ଯିବାକୁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି। ଯିଏ ଓଡ଼ିଶାରେ ଜନ୍ମ ହୋଇଥିବେ, ଯିଏ ଓଡ଼ିଶାର ସଂସ୍କୃତି ସହିତ ଯୋଡ଼ି ହୋଇଥିବେ ଓ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଚରଣରେ ବଡ଼ ହୋଇଥିବେ ସେ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଏହା ହେଉଛି ମୋଦିର ଗ୍ୟାରେଣ୍ଟି। ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ସବୁଠୁ ଅଧିକ ଗରୀବ ଲୋକ ଏଠାରେ ବସବାସ କରୁଛନ୍ତି। ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶା ଭଳି ଧନୀ ରାଜ୍ୟର ଏ କି ଅବସ୍ଥା? ଓଡ଼ିଶାକୁ ବଞ୍ଚାଇବାକୁ ହେବ। ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବାକୁ ହେବ। ମୁଁ ଓଡ଼ିଶା ପାଇଁ ଆଶୀର୍ବାଦ ମାଗିବାକୁ ଆସିଛି ବୋଲି ମୋଦି କହିଥିଲେ।