ମୋଦି ସରକାରଙ୍କ ଘୋଷଣା : Waqf Act ରେ ହେବ ସଂଶୋଧନ..
1 min readହେବ ୱାକଫ ବୋର୍ଡ ଅଧିନିୟମରେ ସଂଶୋଧନ । ସୂଚନାନୁସାରେ ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି। ୱାକଫ ଆକ୍ଟରେ ସଂଶୋଧନ ବିଲ୍ ଏହି ସପ୍ତାହରେ ସଂସଦରେ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି। ସୂଚନାନୁସାରେ ମୋଦି ସରକାର ୫ ଅଗଷ୍ଟରେ ୱାକଫ ଆକ୍ଟରେ ସଂଶୋଧନ ବିଲ୍ ଉପସ୍ଥାପନ କରିପାରନ୍ତି। ସଂସଦରେ ଏହି ବିଲ୍ ପାରିତ ହେବା ପରେ ୱାକଫ୍ ବୋର୍ଡର କ୍ଷମତା ହ୍ରାସ ପାଇବ।
ଏହାପରେ ୱାକଫ ବୋର୍ଡ ଯେକୌଣସି ସମ୍ପତ୍ତିକୁ ନିଜର ବୋଲି ଘୋଷଣା କରିବାରୁ ନିବୃତ ରହିବ। ୨୦୧୩ ମସିହାରେ କେନ୍ଦ୍ରର ଥିବା ୟୁପିଏ ସରକାର ୱାକଫ ଆକ୍ଟରେ ସଂଶୋଧନ କରି ୱାକଫ ବୋର୍ଡକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ। ଏହି ବିଲ୍ ଉପସ୍ଥାପିତ ହେଲେ ସଂସଦ ଭିତରେ ଓ ବାହାରେ ଏହି ବିଲକୁ ବିରୋଧ କରାଯିବା ନିଶ୍ଚିତ। – ମୋଦୀ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରମୁଖ ସଂଶୋଧନଗୁଡ଼ିକରେ ୱାକଫ ବୋର୍ଡର ପୁନଃ ନିର୍ମାଣ, ବୋର୍ଡର ଗଠନ ପରିବର୍ତ୍ତନ ଓ ବୋର୍ଡ ଘୋଷଣା କରିବା ପୂର୍ବରୁ ୱାକଫ ସମ୍ପତ୍ତି ଯାଞ୍ଚକୁ ନିଶ୍ଚିତ କରିବା ଅନ୍ତର୍ଭୁକ୍ତ।