Pratidin TV

Odisha's Digital News Platform

ନିର୍ବାଚନର ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପହାର ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍‌ ଦାମ୍‌

1 min read

ପେଟ୍ରୋଲ-ଡିଜେଲ ରେଟ୍ କଟ୍ ସମ୍ବନ୍ଧରେ କେନ୍ଦ୍ର ସରକାର ଆଉ ଏକ ବଡ ଉପହାର ଦେଇଛନ୍ତି। ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଲେ ଭେଟି | ୧୫ ତାଙ୍କ ତଳକୁ ଖସିଲା ପେଟ୍ରୋଲ-ଡିଜେଲ ଦର | କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରୀଦୀପ ସିଂହ ପୁରୀ ନିର୍ବାଚନୀ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ଯାଏଁ କମ୍‌ କରାଯାଇଥିବା ନେଇ ସୂଚନା ଦେଇଛନ୍ତି | ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏହି ହ୍ରାସ ଆଜିଠାରୁ କାର୍ଯ୍ୟକାରୀ ହୋଇଛି।

ପେଟ୍ରୋଲ ଡିଜେଲ ମୂଲ୍ୟ ବ୍ୟାପକ ହ୍ରାସ ପରେ ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ୧00.୭୫ ଲିଟର ଥିବା ବେଳେ ଲାକ୍ଷାଦ୍ଵୀପରେ ଡିଜେଲ ଦର ୯୫.୭୧ ଟଙ୍କା ଲିଟର ଅଛି | ଗତକାଲି କେନ୍ଦ୍ର ସରକାର ସମଗ୍ର ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ | ସେହିପରି ମିନିକୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫.୨ ଟଙ୍କା କମିଛି। କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି |

Leave a Reply

Your email address will not be published. Required fields are marked *