ମୋଦି ସରକାରଙ୍କ ଭେଟି; ଲାଗୁ ହେଲା GNSS, ଏଣିକି ଏହି ଲୋକମାନେ ଦେବେନି ଟୋଲ୍ ଟ୍ୟାକ୍ସ
1 min readଯାନବାହାନ ଚାଳକଙ୍କ ପାଇଁ ଖୁସି ଖବର | ଏଣିକି ଟୋଲ ଟ୍ୟାକ୍ସକୁ ନେଇ ମୋଦି ସରକାର ଦେଲେ ବଡ ନିଷ୍ପତ୍ତି | ଟୋଲ ଟ୍ୟାକ୍ସ ସମ୍ପର୍କରେ କେନ୍ଦ୍ର ସାଦକ ଏବଂ ପରିବହନ ମନ୍ତ୍ରାଳୟ ଆଣିଛି ନୂଆ ନିୟମ | ଲାଗୁ ହେବ ଆରମ୍ଭ ହୋଇଯାଇଛି ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ | ଏଣିକି ଆଉ ଘରୋଇ ଯାଏଁ ଡ୍ରାଇଭର ମାନଙ୍କୁ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ | ଏହାସହ ସେମାନେ ୨0 କିମି ମଧ୍ୟରେ ରୋଡ଼ ବ୍ୟବହାର କଲେ ମଧ୍ୟ ସେମାନଙ୍କୁ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ |
ତେବେ ଘରୋଇ ଜଣ ମାଲିକ ମାନେ ପ୍ରତିଦିନ ରାଜପଥ ଓ ଏକ୍ସପ୍ରେସୱେର ବ୍ୟବହାର କରିଥାନ୍ତି, କିନ୍ତୁ ତାଙ୍କୁ ଏବେ କୌଣସି ଟ୍ୟାକ୍ସ ଡାକୁ ପଡିବ ନହିଁ | କେବଳ ଏତିକି ନୁହେଁ, ୨0 କିମି ପର୍ଯ୍ୟନ୍ତ ଯାତ୍ରା କରିଲେ ମଧ୍ୟ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ | ଏପରି ବିଜ୍ଞପ୍ତି ଜାରି କରିଛି ପରିବହନ ମନ୍ତ୍ରାଳୟ | ତେବେ ଏହି ସୁବିଧା କେବଳ ଜିଏଲଏସଏସ ସିଷ୍ଟମ ରେ ଚାଲୁଥିବା ଯାନବାହାନ ଗୁଡିକର ହୋଇପାରିବ |
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ପରିବହନ ମନ୍ତ୍ରାଳୟ ତରଫରୁ ଫାଷ୍ଟାଗ୍ ସହିତ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ ଉପରେ ଆଧାର କରି ଟୋଲ ସିଷ୍ଟମ ଲାଗୁ କରିଛନ୍ତି | ତେବେ ଏହା ସାରା ଭାରତରେ ଲାଗୁ କରାଯାଇନାହିଁ | କେବଳ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଣ୍ଣାଟକର ଜାତୀୟ ରାଜପଥ ୨୭୫ର ବେଙ୍ଗାଲୁରୁ-ମୈସୁର ଏବଂ ହରିୟାଣାର ଜାତୀୟ ରାଜପଥ ୭୦୯ ର ପାନିପତ-ହିସାର ରାଜପଥରେ କାର୍ଯ୍ୟକାରୀ କରାଯାଇଛି ।