Pratidin TV

Odisha's Digital News Platform

ମୋଦି ସରକାର ଦେବେ ବଡ ଉପହାର…୫ଟି ରାଜ୍ୟ ଏବଂ ୫୫ କୋଟି ଲୋକ ହେବେ ଉପକୃତ

1 min read

ମୋଦୀ ସରକାର ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ମୋଦୀ କ୍ୟାବିନେଟ୍ ଶୁକ୍ରବାର ଦିନ ପ୍ରାୟ ୫0 ହଜାର କୋଟି ଟଙ୍କା ମୂଲ୍ୟର ୮ ଟି ବଡ଼ ରାଜପଥ ବିକାଶ ପ୍ରସ୍ତାବକୁ ଅନୁମୋଦନ ପାଇଁ ବିଚାର କରିପାରନ୍ତି। ଏହି ପ୍ରକଳ୍ପଗୁଡ଼ିକ ଉତ୍ତରପ୍ରଦେଶ, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ଲୋକ ଉପକୃତ ହେବେ | ତେବେ ୫ଟି ରାଜ୍ୟର ସମୁଦାୟ ଜନସଂଖ୍ୟା ୫୫ କୋଟି ଅଟେ।

ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପଗୁଡିକରେ ୬୮ କିଲୋମିଟର ଲମ୍ବ ଅଯୋଧ୍ୟା ବାଇପାସ୍, ୧୨୧ କିଲୋମିଟର ଲମ୍ବା ଗୁଆହାଟି ରିଙ୍ଗ ରୋଡ୍, ୫୧୬ କିଲୋମିଟର ଲମ୍ବ ଖରାଗପୁର-ସିଲିଗୁରୀ ଏକ୍ସପ୍ରେସୱେ, ୬ ଲେନ ଆଗ୍ରା ଗ୍ୱାଲିଅର ଗ୍ରୀନଫିଲ୍ଡ ହାଇୱେ (୮୮ କିଲୋମିଟର) ଏବଂ ନାଶିକ ଏବଂ ଖେଡ (ପୁଣେ) ମଧ୍ୟରେ ୮ଟି ଅନ୍ତର୍ଭୁକ୍ତ। ସମସ୍ତ ପ୍ରକଳ୍ପ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ନିର୍ମାଣ ହେବ ବୋଲି ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *