Pratidin TV

Odisha's Digital News Platform

କାର୍ତ୍ତିକ ପାଣ୍ଡିଆନ : ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଆସିଛନ୍ତି ମୋଦି..

1 min read

ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ବାରମ୍ବାର ଆସୁଛନ୍ତି ମୋଦି । ଓଡ଼ିଶାର 30 ଟି ଜିଲ୍ଲାରେ ହରିବାପରେ ବିଜେପିର ମନବଳ  ଭାଙ୍ଗିଯାଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି  ଓଡ଼ିଶା ଆସୁଛନ୍ତି ସମସ୍ତଙ୍କ ମନବଳ ବଢାଇବା ପାଇଁ । ଆଜି ଏପରି କହି ବିରୋଧୀଙ୍କୁ କାଉଣ୍ଟର ଆଟାକ କରିଛନ୍ତି ମୋଦି  ।  ସେ କହିଛନ୍ତି ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ ନେତା ଯାଆନ୍ତି। ସେଥପାଇଁ ଓଡ଼ିଶାରେ ମୋଦିଙ୍କ ସହିତ ଚାରି ଚାରିଟା ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ।

ଯିଏ ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି ତାଙ୍କୁ ଆପଣ କେବେ ବିଦା କରିପାରିବେ ନାହିଁ। ଆପଣ ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଦା ହେବେ ବୋଲି କହିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣି ଶପଥ ନେଇଥିଲେ। ନିର୍ବାଚନ ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। ଜୁନ୍ ୧୦ ତାରିଖରେ ସରକାର ଗଠନ ପାଇଁ ଆପଣ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଉତ୍ତର ଦେଇ କହିଥିଲେ ଯେ, ବିଜେପିର ଦିନରେ ସ୍ୱପ୍ନ ଦେଖିବାର ଅଭ୍ୟାସ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଜୁନ 9 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି  ।

Advertisement

Leave a Reply

Your email address will not be published. Required fields are marked *