Pratidin TV

Odisha's Digital News Platform

ବାଲେଶ୍ୱର ରେ ମୋଦି କହିଲେ ଭୀତରି କଥା , ଏଥର ଓଡ଼ିଶାରେ ସରକାର ଗଢ଼ିବ ବିଜେପି..

ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ତେବେ ଏସବୁ ଭିତରେ ବାଲେଶ୍ୱର ଗସ୍ତରେ ଆସି ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ବକ୍ତବ୍ୟ ରଖିଛନ୍ତି। ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ କେବେ ଭୁଲି ପାରିବି ନାହିଁ। ଆପଣମାନଙ୍କ ଭଲ ପାଇବା ଯୋଗୁ ମୁଁ ଓଡ଼ିଶା ଆସୁଛି। ଏଥିସହିତ ଭାଷଣ ଆରମ୍ଭରୁ ମୋଦି ବିଜେଡିକୁ ପୂରା ଟାର୍ଗେଟ୍‌ କରି ପ୍ରବଳ ବର୍ଷିଛନ୍ତି।

ମୋଦି କହିଛନ୍ତି, ବିଜେଡିକୁ ୨୫ ବର୍ଷ ଶାସନ ଦେଲେ ଓଡ଼ିଶାବାସୀ। ମାତ୍ର ବିଜେଡି ସରକାର ବିକାଶ ନାଁରେ ବିଶ୍ୱାସଘାତ କରିଛି। ବିଜେଡି ନେତା ନକଲି କାଗଜପତ୍ର କରି ଚାଷୀଙ୍କ ନାଁରେ ଋଣ କରିନେଇଛନ୍ତି। ଆପଣମାନଙ୍କ ପଇସା ନେଇ ବିଜେଡି ନେତା ନିର୍ବାଚନ ଲଢୁଛନ୍ତି। ଆଜି ସାରା ଦେଶ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ଭାଜପା ତାହାର ମୁଖା ଖୋଲିବ। ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ଓଡ଼ିଶାରେ ସରକାର ଗଢ଼ିବ ଭାଜପା। ଲୋକେ କହୁଛନ୍ତି, ବିଜେଡିକୁ ଭୋଟ୍‌ ଦେଲେ ଏଥର ବେକାର ହୋଇଯିବ। ଏଠାରେ ବିଜେପି ସରକାର ମୁଖ୍ୟମନ୍ତ୍ରୀ ହେଲେ ପର୍ଯ୍ୟଟନର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଛନ୍ତି। ଏହା ସହିତ ଓଡ଼ିଆରେ ପ୍ରଧାନମନ୍ତ୍ରୀ କହିଲେ ଓଡ଼ିଶାରେ ହେବ ଡବଲ ଇଂଜିନ ସରକାର ।

Leave a Reply

Your email address will not be published. Required fields are marked *