Pratidin TV

Odisha's Digital News Platform

କେନ୍ଦ୍ରମନ୍ତ୍ରୀ  ଅନୁରାଗ ଠାକୁରଙ୍କ ପ୍ରଶଂସା ରେ ମୋଦି , ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଲେ ଏମିତି ..

1 min read

କେନ୍ଦ୍ରମନ୍ତ୍ରୀ  ଅନୁରାଗ ଠାକୁରଙ୍କ ପ୍ରଶଂସା ରେ ମୋଦି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନିଜ ସୋସିଆଲ ମିଡ଼ିଆ ଏକ୍ସ ରେ ପୋଷ୍ଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି। ଅନୁରାଗ ସଂସଦରେ ଦେଇଥିବା ବକ୍ତବ୍ୟକୁ ଭିଡିଓ ପୋଷ୍ଟ ମାଧ୍ୟମରେସେ  କହିଛନ୍ତି, ମୋର ଯୁବ ବନ୍ଧୁ ଅନୁରାଗ ଠାକୁରଙ୍କ ଏହି ଭାଷଣ ଶୁଣନ୍ତୁ। ସେ କିପରି ତାଙ୍କ ଭାଷଣ ମାଧ୍ୟମରେ ଇଣ୍ଡିଆ ମେଣ୍ଟର ଖରାପ ରାଜନୀତିର ଖୁଲାସା କରିଛନ୍ତି। ଲୋକ ସଭାରେ ବଜେଟ ଭାଷଣ ଉପରେ ଆଲୋଚନା ବେଳେ ଅନୁରାଗ ଠାକୁର ମଙ୍ଗଳବାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁଥିରେ ସେ କହିଥିଲେ , ଯେଉଁମାନଙ୍କୁ ଜାତୀ ବିଷୟରେ ଜଣାନାହିଁ ସେ ଜାତି ଜନଗଣନା ସମ୍ପର୍କରେ ଆଲୋଚନା କରିବା ଉଚିତ୍‌ ନୁହେଁ। ଏହାକୁ ପୋଷ୍ଟ କରି ମୋଦି କହିଛନ୍ତି, ମୋର ଯୁବ ତଥା ସହକର୍ମୀ ଅନୁରାଗ ଠାକୁର ଇଣ୍ଡିଆ ମେଣ୍ଟର ଅପରିଷ୍କାର ରାଜନୀତିକୁ ତଥ୍ୟ ଏବଂ ହାସ୍ୟର ଉଜାଗର କରିଛନ୍ତି।

ତେବେ ଏହାର ଜବାବରେ ରାହୁଲ ଗାନ୍ଧୀ କହିଥିଲେ , ଯିଏ ଏହି ଦେଶରେ ଦଳିତ, ପଛୁଆ ଲୋକ ଏବଂ ଆଦିବାସୀମାନଙ୍କ ବିଷୟରେ ସ୍ବର ଉଠାଉଛି ସେମାନଙ୍କୁ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିବ। ମୁଁ ଖୁସିରେ ଏହି ଗାଳିକୁ ଗ୍ରହଣ କରିବି। ମହାଭାରତରେ ଅର୍ଜୁନ ଏକ ମାଛର ଆଖି ଦେଖୁଥିଲେ, ମୁଁ ମଧ୍ୟ ଏକ ମାଛର ଆଖି ଦେଖୁଛି। ଆମେ ଜାତି ଜନଗଣନା କରିବୁ। ଅନୁରାଗ ଠାକୁର ମୋତେ ଦୁର୍ବ୍ୟବହାର କରିଛନ୍ତି। ସେମାନେ ମୋତେ ଅପମାନ କରିଛନ୍ତି, କିନ୍ତୁ ମୁଁ ସେମାନଙ୍କଠାରୁ କ୍ଷମା ମାଗିବାକୁ ଦାବି କରୁନାହିଁ। ମୁଁ ଏକ ଯୁଦ୍ଧ ଲଢୁଛି ତେଣୁ ମୋତେ କ୍ଷମା ମାଗିବାର ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *