Pratidin TV

Odisha's Digital News Platform

କୃଷି ଆମର ପରମ୍ପରା ଏବଂ ଅଭିଜ୍ଞତା ଭଳି ପ୍ରାଚୀନ: ନରେନ୍ଦ୍ର ମୋଦି..

 ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୩୨ତମ ଆନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କୃଷି ଅର୍ଥନୀତିଜ୍ଞଙ୍କୁ ନରେନ୍ଦ୍ର ମୋଦି ସମ୍ବୋଧିତ  କହିଛନ୍ତି ଯେ ୬୫ ବର୍ଷ ପରେ ଭାରତରେ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଉଛି ।  ଯାହାକୁ ଦେଖି ସେ ବହୁତ ଖୁସି ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସ୍ବାଗତ କରିଛନ୍ତି।

ସେ କହିଥିଲେ ଯେ କୃଷି ସମ୍ବନ୍ଧୀୟ ଆମର ପରମ୍ପରା ଆମ ଦେଶ ଭଳି ପ୍ରାଚୀନ। ସମସ୍ତଙ୍କୁ ସ୍ବାଗତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୬୫ବର୍ଷ ପରେ ଦେଶରେ ଏଭଳି ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିବାରୁ ମୁଁ ବହୁତ ଖୁସି। ଆପଣମାନେ ଏହି ବିଶ୍ୱର ବିଭିନ୍ନ ଦେଶରୁ ଏଠାକୁ ଆସିଛନ୍ତି। ମୁଁ ୧୨କୋଟି ଭାରତୀୟ କୃଷକ, ୩ କୋଟି ଭାରତୀୟ ମହିଳା କୃଷକ ଏବଂ ୩କୋଟି ମତ୍ସ୍ୟଜୀବୀଙ୍କ ତରଫରୁ ଆପଣଙ୍କୁ ସ୍ବାଗତ କରୁଛି।

Leave a Reply

Your email address will not be published. Required fields are marked *