Pratidin TV

Odisha's Digital News Platform

ଆଜି ଆସୁଛନ୍ତି ମୋଦି, ରାଜଧାନୀରେ କରିବେ ମେଗା ରୋଡ୍ ଶୋ 

1 min read

ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ରାଜଧାନୀ ଭୁବନେଶ୍ୱରରେ କରିବେ ମେଗା ରୋଡ଼ ଶୋ | ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ବାଣୀବିହାରରେ ଯାଏଁ କରିବେ ବିଶାଳ ରାଲି | ଏହି ରାଲିରେ ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା | ଆଜି ସନ୍ଧ୍ୟାରେବିମାନ ବନ୍ଦରରେ ପହଞ୍ଚିବେ | ପରେ ରାତି ୮ଟାରୁ ବିଜେପି ଅଫିସରୁ ଆରମ୍ଭ ହେବ ରୋଡ଼ ଶୋ |

ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଚାଲିବ ବିଶାଳ ମେଗା ରୋଡ଼ ଶୋ | ଏହା ଦଳ ପକ୍ଷରୁ ପ୍ରସ୍ତୁତି ସେହ ହୋଇସାରିଛି | ତେବେ ପ୍ରଧାନମନ୍ତ୍ରୀ ସୁରକ୍ଷା ଦୃଷ୍ଟିକୁ ନଜର ରଖି ସମସ୍ତ ବନ୍ଦୋବସ୍ତ କରାଯାଇଛି | ପୋଳିସଯାନ୍ଚ କରି ସୁରକ୍ଷାର୍ସମୀକ୍ଷା କରିଛନ୍ତି | ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରିଛନ୍ତି SPG।

Advertisement

ତେବେ ଏହି ବିଶାଳ ରୋଡ଼ଶୋ ରେ ଝଲସିବ ଓଡ଼ିଶାର କଳା ଓ ସଂସ୍କୃତି | କୋଣାର୍କ ଚକ୍ର ଓ ଖଣ୍ଡଗିରି ଐତିହ୍ୟ ପରି ଓଡିଶା କଳା ପରମ୍ପରାରେ ୧୦ ଆଇକନ ୧୦ଟି ସ୍ଥାନରେ ସ୍ଥାନିତ କରାଯିବ । ଏବଂ ଓଡ଼ିଶାର ବିଭିନ୍ନ ଲୋକକଳା ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ।

ରୋଡ଼ ଶୋ ପରେ ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ରାତ୍ରିଯାପନ | ଆସନ୍ତାକାଲି ୩ ଟି ସ୍ଥାନରେ କରିବେ ସମାବେଶ | ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ରାଫିକ କଟକଣା କରାଯାଇଛି | ଅପରାହ୍ନ ୨ ଟାରୁ ଆରମ୍ଭ କରି ରୋଡ଼ ଶୋ ସାରିବା ପର୍ଯ୍ୟନ୍ତ ରାଷଡତରେ କଟକଣା ରହିବ | ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ରାସ୍ତାରେ ଯିବାଆସିବା ବନ୍ଦ ରହିବ। ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବ ନାହିଁ। ରୋଡ୍ ଶୋ’ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ।

ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ମୁତୟନ ରହିବେ। ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ସହ ୩ ଆଣ୍ଟି ଟେରର ଫୋର୍ସ ବି ମୁତୟନ ରହିବେ।

Leave a Reply

Your email address will not be published. Required fields are marked *