Pratidin TV

Odisha's Digital News Platform

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବି: କ୍ଷମା ମାଗନ୍ତୁ ନରେନ୍ଦ୍ର ମୋଦି ..

1 min read

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ସେ ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କଙ୍ଗନା ପୁଣିଥରେ କୃଷକଙ୍କୁ ନେଇ ଦେଇଛନ୍ତି ବୟାନ। ତିନି କୃଷି ଆଇନ୍‌କୁ ଫେରାଇ ଆଣିବାକୁ ସେ ବୟାନ ଦେଇଛନ୍ତି। ବିଜେପି ସାଂସଦଙ୍କ ଏହି ବୟାନକୁ ନେଇ ଏବେ ଜୋରଧରିଛି ରାଜନୀତି। ଆରମ୍ଭ ଯୋଇଯାଇଛି ରାଜନୈତିକ ବୟାନବାଜୀ। ଏହାକୁ ନେଇ କଂଗ୍ରେସ ମଧ୍ୟ କଙ୍ଗନା ଙ୍କୁ ଟାର୍ଗେଟ କରିଛି । ଏବେ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତି ଉପରେ ଓଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କ ନୀତି କିଏ ନିଷ୍ପତ୍ତି ନେଉଛି? ଜଣେ ବିଜେପି ସାଂସଦ ନା ପ୍ରଧାନମନ୍ତ୍ରୀ ମୋଦି?

କଙ୍ଗନା ରାଣାୱତଙ୍କ ଚାଷୀଙ୍କ ଉପରେ ଏହି ମନ୍ତବ୍ୟ ପରେ ରାଜନୈତିକ ମାହୋଲ ଗରମାଗରମ ହୋଇଛି । ଏହା ପରେ ବିଜେପି ଉପରେ ଅଭିଯୋଗ ଲଗାଇ ରାହୁଲ କହିଛନ୍ତି, ୭୦୦ ରୁ ଅଧିକ କୃଷକ, ବିଶେଷ କରି ହରିୟାଣା ଏବଂ ପଞ୍ଜାବରୁ ଅଧିକ ଲୋକେ ସହିଦ ହେବା ପରେ ମଧ୍ୟ ବିଜେପିର ମନ ଭରିନାହିଁ । କିନ୍ତୁ ଇଣ୍ଡିଆ ଗଠବନ୍ଧନ କୃଷକଙ୍କ ବିରୋଧରେ କୌଣସି ଷଡଯନ୍ତ୍ରକୁ ସଫଳ ହେବାକୁ ଦେବ ନାହିଁ । ଯଦି କୌଣସି ଚାଷୀଙ୍କୁ କ୍ଷତି ପହଞ୍ଚାଯାଏ ତେବେ ତେବେ ମୋଦିଜୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ”

Advertisement

Leave a Reply

Your email address will not be published. Required fields are marked *