Pratidin TV

Odisha's Digital News Platform

ଏକାଠି ହେଲେ ମୋଦି-ରାହୁଲ, ହାତ ମିଳାଇଲେ ଏକାଠି ବସି ଚା’ ପିଇଲେ ..

1 min read

ସଂସଦରେ ଏକାଠି ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦ -ରାହୁଲ ସଂସଦରେ ହାତ ମିଳାଇଛନ୍ତି । କେବଳ ହାତ ମିଳାଇ ନାଁହାନ୍ତି ଦୁହେଁ ଏକାଠି ଚା ମଧ୍ୟ ପିଇ ଛନ୍ତି । ସଂସଦ ଅଧିବେଶନ ମୁଲତବୀ ହେବା ପରେ ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

ସଂସଦ ଅଧିବେଶନ ସ୍ଥଗିତ ହେବା ପରେ ଶୁକ୍ରବାର ଦିନ ଏକ ଅନୌପଚାରିକ ଚା ବୈଠକରେ ଦୁହେଁ ଏକାଠି ନଜର ଆସିଛନ୍ତି। ଚା’ ପିଇବା ସହ ଦୁହେଁ ପରସ୍ପରକୁ ଅଭିବାଦନ ଜଣାଇଛନ୍ତି। ଏହି ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୟୁକ୍ରେନର ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଯାହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

Leave a Reply

Your email address will not be published. Required fields are marked *