Pratidin TV

Odisha's Digital News Platform

X ରେ ରେକର୍ଡ କଲେ ମୋଦି, ୧୦୦ ମିଳିୟନ ଫଲୋୟର୍ସ ଛୁଇଁ ହେଲେ ଅଧିକ ଫଲୋୟର୍ସ ଥିବା ଗ୍ଲୋବାଲ ଲିଡର

1 min read

Xରେ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରବିବାର ଦିନ ଅର୍ଥାତ ଜୁଲାଇ ୧୪ ତାରିଖ ଦିନ ସୋସିଆଲ ମିଡ଼ିଆ X ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧00 ମିଲିୟନ ଅର୍ଥାତ ୧0 କୋଟି ଫଲୋୟର୍ସ ଅତିକ୍ରମ କରିଛି | ଏହାସହ ମୋଦି ଅଧିକ ଫଲୋ କରାଯାଉଥିବା ଗ୍ଲୋବାଲ ଲିଡର ହୋଇଛନ୍ତି |

ସାମ୍ବିଧାନିକ ପଦରେ ଥିବା ବିଶ୍ୱରେ କୌଣସି ନେତାଙ୍କୁ X ରେ ଏତେ ସଂଖ୍ୟାରେ ଲୋକ ଅନୁସରଣ କରିବା ପ୍ରଥମ ଘଟଣା | ତେବେ ବିଶ୍ୱ ରାଜନେତାଙ୍କ ସର୍ବାଧିକ ଅନୁସରଣକାରୀ ତାଲିକାରେ ମୋଦି ୨ ନଂରେ ରହିଛନ୍ତି। ତାଙ୍କ ଠାରୁ ଅଧିକ ଲୋକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅନୁସରଣ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୩୮.୧ ମିଲିୟନ ଫଲୋୟର୍ସ ), ଦୁବାଇ ଶାସକ ଶେଖ ମହମ୍ମଦ (୧୧.୨ ମିଲିୟନ ଫଲୋୟର୍ସ ) ଏବଂ ପୋପ ଫ୍ରାନ୍ସିସ (୧୮.୫ ମିଲିୟନ ଫଲୋୟର୍ସ) ଙ୍କ ପରି ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱ ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି।

ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ଅନ୍ୟ ଭାରତୀୟ ରାଜନେତାଙ୍କ ତୁଳନାରେ ଅଧିକ। ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ୨୬.୪ ମିଲିୟନ ଫଲୋୟର୍ସ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ୨୭.୫ ମିଲିୟନ ଫଲୋୟର୍ସ ଅଛନ୍ତି। ଅଖିଲେଶ ଯାଦବଙ୍କ ଫଲୋୟର୍ସଙ୍କ ସଂଖ୍ୟା ୧୯.୯ ନିୟୁତ, ମମତା ବାନାର୍ଜୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ୭.୪ ନିୟୁତ, ଲାଲୁ ଯାଦବଙ୍କ ଫଲୋୟର୍ସଙ୍କ ସଂଖ୍ୟା ୬.୩ ନିୟୁତ, ତେଜସ୍ୱୀ ଯାଦବଙ୍କ ଫଲୋୟର୍ସଙ୍କ ସଂଖ୍ୟା ୫.୨ ନିୟୁତ ଓ ଶରଦ ପାୱାରଙ୍କ ଫଲୋୟର୍ସଙ୍କ ସଂଖ୍ୟା ମାତ୍ର ୨.୯ ନିୟୁତ। ୧୦୦ ନିୟୁତ ଫଲୋୟର୍ସଙ୍କ ଠାରୁ ଏମାନେ ଯଥେଷ୍ଟ ପଛରେ ରହିଛନ୍ତି।

Leave a Reply

Your email address will not be published. Required fields are marked *