ସ୍ବଦେଶ ଫେରିଲେ ମୋଦି, କହିଲେ ଯୁଦ୍ଧ ନୁହେଁ ଭାରତ ବୁଦ୍ଧରେ ବିଶ୍ୱାସ ରଖେ
1 min readପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ବୁଧବାର ଦିନ ପିଏମ ମୋଦୀ ଭିଏନାରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ସାଧାରଣ ମୂଲ୍ୟବୋଧ ହେଉଛି ସ୍ୱାଧୀନତା, ସମାନତା, ବହୁଜନତା ଏବଂ ଆଇନର ଶାସନ ପ୍ରତି ସମ୍ମାନ। ଆମର ସମାଜ ବହୁ ସଂସ୍କୃତି ଏବଂ ବହୁଭାଷୀ | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭୌଗଳିକ ଦୃଷ୍ଟିରୁ ଭାରତ ଏବଂ ଅଷ୍ଟ୍ରିଆ ୨ଟି ଭିନ୍ନ ମୁଣ୍ଡରେ ଅଛନ୍ତି, କିନ୍ତୁ ଆମ ମଧ୍ୟରେ ଅନେକ ସମାନତା ଅଛି। ଗଣତନ୍ତ୍ର ଆମର ଦୁଇ ଦେଶକୁ ସଂଯୋଗ କରେ | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯୁଦ୍ଧ ନୁହେଁ ଭାରତ ବୁଦ୍ଧରେ ବିଶ୍ୱାସ ରଖନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରିଆ ଗସ୍ତରେ ଯାଇଥିଲେ | ଏହି ଅବସରରେ ଚାନସେଲନର କାର୍ଲ ନେହମରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆତଙ୍କବାଦକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୋଦି । ସେହିଭଳି ଅଷ୍ଟ୍ରିଆ ଚାନସେଲନରଙ୍କ ସହ ଆଲୋଚନା ବେଳେ ବିଭିନ୍ନ କୁଟନୈତିକ ଓ ବ୍ୟବସାୟିକ ସମ୍ପର୍କକୁ ଗୁରୁତ୍ୱ ଦିଆଯାଇଛି। ଭିତ୍ତିଭୂମି ବିକାଶ, ଅକ୍ଷୟ ଶକ୍ତି, ହାଇଡ୍ରୋଜେନ୍, ଜଳ ଏବଂ ପରିମଳ ପରିଚାଳନା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସଙ୍ଗରେ ସହଭାଗିତା ପାଇଁ ଦୁଇ ନେତା ବିଶେଷ ଭାବେ ଆଲୋଚନା କରିଛନ୍ତି।
୩ ଦିନିଆ ଅଷ୍ଟ୍ରିଆ, ରୁଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆଥିଥେୟତା ପାଇଁ ଉଭୟ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ। ଏ ଅବସରରେ ଅଷ୍ଟିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।