Pratidin TV

Odisha's Digital News Platform

ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ପରେ ଆମେରିକା ଯିବେ ରାଜନାଥ ସିଂହ , କରିବେ ସିକ୍ରେଟ ମିଟିଙ୍ଗ …

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲା ଆମେରିକା । ଏବେ ଭାରତ ଆମେରିକା ସହ ସୁସମ୍ପର୍କ ଗଠନ କରିବା ପାଇଁ  ଏବେ  ଆମେରିକା ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଉଚ୍ଚସ୍ତୀୟ ବୈଠକରେ ଶ୍ରୀ ସିଂହ ଯୋଗାଦେବେ। ମୋଦିଙ୍କ ଗସ୍ତ ପରେ ଆମେରିକା ସହ ଭାରତର  କୂଟନୀତିକ ସମ୍ପର୍କରେ ବି ଭଟ୍ଟା ସୃଷ୍ଟି ହୋଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜାସ ଯୁଦ୍ଧ ବିମାନ ପାଇଁ ଆମେରିକା ବିଳମ୍ବରେ ଇଞ୍ଜିନ ପଠାଇବାର କାରଣ ମଧ୍ୟ ମୋଦିଙ୍କ ରୁଷ ଗସ୍ତ ହୋଇଥାଇ ପାରେ। ତେବେ ଏସବୁ ଦ୍ୱନ୍ଦ୍ୱକୁ ଦୂର କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ସେ ଆମେରିକା ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଓ ଇଣ୍ଡୋ-ପ୍ୟାସିଫିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେ ଅଷ୍ଟିନଙ୍କ ସହ ରାଜନାଥ ଅଗଷ୍ଟ ୨୩ରେ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ମଧ୍ୟ ଜଣାପଡ଼ିଛି। ଭାରତ ଓ ଆମେରିକା ମଧ୍ୟରେ ଦୁଇଟି ମେଗା ଡିଲ୍‌ ନେଇ ମଧ୍ୟ ରାଜନାଥଙ୍କ ଗସ୍ତ ସମୟରେ ଆଲୋଚନା ହେବ। ୩୧ଟି ଆର୍ମଡ ଏମକ୍ୟୁ ୯ବି ଡ୍ରୋନ, ୧୮୦ ହେଲଫାୟାର ମିସାଇ, ୩୧୦ ଜିବିୟୁ ୩୯ ବି ବୋମା, ନାଭିଗେସନ ସିଷ୍ଟମ, ସେନସର ଓ ମୋବାଇଲ ଗ୍ରାଉଣ୍ଡ କଣ୍ଟ୍ରୋଲ ସିଷ୍ଟମ ଭାରତ ସରକାର ଏହି ଡିଲ ମାଧ୍ୟମରେ ଆମେରିକାରୁ ଆଣିବେ। ଏତେ ସଂଖ୍ୟକ ଜିନିଷ ପାଇଁ ଆମେରିକା ୩୩,୫୦୦ କୋଟି ଟଙ୍କା କହୁଛି। ହେଲେ ଭାରତ ସରକାର ଏହାକୁ କମ କରିବାକୁ ଚାହୁଁଛନ୍ତି। ତଥାପି ନଭେମ୍ବର ସୁଦ୍ଧା ଏହି ଡିଲ୍‌ ଫାଇନାଲ ହେବ।

Advertisement

Leave a Reply

Your email address will not be published. Required fields are marked *