Pratidin TV

Odisha's Digital News Platform

ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ପଠାଇଲେ ମୋଦି…୯.୨୬ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଲା ୨ ହଜାର ଲେଖାଏଁ ଟଙ୍କା

1 min read

ଦେଶର ୯.୨୬ କୋଟି ଚାଷୀଙ୍କୁ ମିଳିଛି ଖୁସି ଖବର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରାଣାସୀରୁ ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ମୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର ମାଧ୍ୟମରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ କିସାନ) ଅଧୀନରେ ପ୍ରାୟ ୯.୨୬ କୋଟି ହିତାଧିକାରୀଙ୍କୁ ୨0,000 କୋଟିରୁ ଅଧିକ ଟଙ୍କାର ୧୭ତମ କିସ୍ତି ପ୍ରଦାନ କରାଯାଇଛି । ଅଦ୍ୟାବଧି, ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ପିଏମ-କିସାନ ଯୋଜନା ଅଧୀନରେ ୩.0୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି। ଚାଷୀଙ୍କ ଖାତାକୁ ସିଧାସଳଖ ୨୦ ହଜାର କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏହି ଟଙ୍କା ଗତକାଲି ଜୁନ ୧୮ ତାରିଖରେ ମୋଦି ରିଲିଜ କରିଛନ୍ତି |

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ବାରାଣସୀରେ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଟଙ୍କା ରିଲିଜ କରିଛନ୍ତି। ତେବେ ଜୁନ ୯ରେ କ୍ରମାଗତ ବିଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ସର୍ବପ୍ରଥମେ ଚାଷୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କା ପଠାଯିବାକୁ ଥିବା ଫାଇଲ ଦସ୍ତଖତ କରିଥିଲୋଏ | ଯାହା ଗତକାଲି ଜୁନ ୧୮ ତାରିଖରେ ସେହି ଟଙ୍କାକୁ ରିଲିଜ କରାଯାଇଛି |

Leave a Reply

Your email address will not be published. Required fields are marked *