Pratidin TV

Odisha's Digital News Platform

ୟୁଏଇ ପରେ ଏବେ କତାର ଗସ୍ତରେ ମୋଦୀ , କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା …

1 min read

ୟୁଏଇ ପରେ କତାର ଗସ୍ତରେ ବାହାରିଛନ୍ତି ନରେନ୍ଦ୍ର ମୋଦୀ । ନିକଟରେ ୮ ଜଣ ଭାରତୀୟଙ୍କୁ ମୁକ୍ତ କରିଛି କତାର । ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ କତାର ଗସ୍ତ କରୁଛନ୍ତି । ତେବେ ମୋଦୀ ଗସ୍ତ କତାର ଏବଂ ଭାରତ ଭିତରେ ଥିବା ସମ୍ପର୍କକୁ ଆହୁରି ମଜୁବୁତ କରିବ ବଲି କୁହାଯାଉଛି । ପୂର୍ବରୁ ମଧ୍ୟ ଭାରତ ଏବଂ କତାର ଭିତରେ ବେଶ୍ ଉତ୍ତମ ସମ୍ପର୍କ ରହି ଆସିଛି ।

ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କରିବା ପରେ ଏବେ କତାର ଗସ୍ତରେ ବାହାରିଛନ୍ତି ମୋଦୀ । ୨୦୧୬ ମସିହାରେ ପ୍ରଧାନ ମନ୍ତ୍ର କତାର ଗସ୍ତ କରିଥିଲେ । ଭାରତ ସହିତ କତାରର ସମ୍ପର୍କ ମଧ୍ୟ ବହୁତ ପୁରୁଣା ଏବଂ ଗଭୀର । ଶକ୍ତି କ୍ଷେତ୍ରରେ କତାର ଭାରତର ଏକ ପ୍ରମୁଖ ସହଯୋଗୀ, ଏହି କତାର ବ୍ୟତୀତ ଭାରତରେ ଅନେକ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ତାଙ୍କର କାର୍ଯ୍ୟକାଳ ଶେଷ ହେବାର କିଛିଦିନ ପୂର୍ବରୁ ଅନୁଷ୍ଠିତ ହେଉଛି । ତେଣୁ କାତାର ଏବଂ ଭାରତ ମଧ୍ୟରେ ଆହୁରି ଅନେକ ବଡ଼ ଚୁକ୍ତିନାମା ସ୍ୱାକ୍ଷର ହୋଇପାରିବ ବୋଲି ଆଶା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *