Pratidin TV

Odisha's Digital News Platform

ମୋଦି VS ବାଇଡେନ୍ ; ଏହି ୨ ଶକ୍ତିଶାଳୀ ନେତାଙ୍କ ଗାଡିରେ କଣ ରହିଛି ସବୁ ଫିଚର୍ସର?

1 min read

ବିଶ୍ୱର ୨ ଶକ୍ତିଶାଳୀ ଦେଶ କଥା କହିଲେ ସମସ୍ତେ ଜାଣନ୍ତି ଆମେରିକା ଏବଂ ଭାରତ । ତେବେ ଦେଶ ଯେତିକ ଶକ୍ତିଶାଳୀ ସେଠାକାର ନେତା ମଧ୍ୟ ସେମିତି । ତେବେ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ନାଁ ଉଠିଲେ ପ୍ରଥମେ ଆସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁ । ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଆଉ ଏହି ୨ ନେତାଙ୍କ କଥା କହିଲେ ତାଙ୍କ କାର୍ଯ୍ୟ ଭଳି ସେମାନଙ୍କ ସୁରକ୍ଷା ବଳୟକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏହି ୨ ନେତା ବ୍ୟବହାର କରୁଥିବା ଅତ୍ୟାଧୁନିକ କାର ବିଷୟରେ ଆପଣ ଜାଣିଛନ୍ତି କି?

ଭାରତର ପ୍ରଧାନମନ୍ତ୍ରୀଏବଂ ଆମେରିକାର ରାଷ୍ଟ୍ରପତିଙ୍କ ଏହି କାର କେତେ ଶକ୍ତିଶାଳୀ ଆଉ ତାଙ୍କ କାରରେ କେଉ ଁସବୁ ଫିଚରସ୍ ରହିଛି ଆପଣ ଜାଣିଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଉଭୟଙ୍କ କାର ଭିତରେ କାହାର ଗାଡି ଅଧିକ ଶକ୍ତିଶାଳୀ ଆଉଏହି ଶକ୍ତିଶାଳୀ କାର ନିର୍ମାଣ ପଛରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଉଭୟ ନେତାଙ୍କ ସୁରକ୍ଷା କବଚ ଭାବେ ବ୍ୟବହାର ହୋଇ ଆସୁଛି ।

Advertisement

ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାରର ରାଷ୍ଟ୍ରପତି ଜୋ ବାଇଡେନ ବ୍ୟବହାର କରୁଥିବା କାରଟି ହେଉଛି‘ଦି ବିଷ୍ଟ’ଯାହା ଜେନେରାଲ୍ ମୋଟର୍ସ (ଜିଏମ୍‌) କ୍ୟାଡିଲାକ ୍‌ବ୍ରାଣ୍ଡ ଦ୍ୱାରା ନିର୍ମିତ ହୋଇଛି । ଯାହାର ମୂଲ୍ୟ ୧୫.୮ ମିଲିୟନ ଡ଼ଲାର୍ ବା ଭାରତୀୟ ମୁଦ୍ରାରେ ୧୩୧ କୋଟିରୁ ଅଧିକ । ତେବେ ବାଇଡେନ ବ୍ୟବହାର କରୁଥିବା କାର ଆଉ ଦୁନିଆର କୌଣସି ରାଷ୍ଟ୍ରପତିଙ୍କ ପାଖରେ ଏଭଳି କାର ନାହିଁ । କାରର ମୁଲ୍ୟ ଯେଉଁ ଭଳି ତା ଭିତରେ ଫିଚର୍ସ ମଧ୍ୟ ସେହିଭଳି ଖଂଜିତ ହୋଇ ରହିଛି । ଟ୍ରକ ଚେଚିସରେ ନିର୍ମତ ହୋଇଛି ଏହି ବିଷ୍ଟ କାରର ଡୋର, ୮ଇଂଚ ମୋଟା ସହ ଓଜନ ପାଖାପାଖି ୭ଟନ ଆଉ ଲମ୍ବ ୧୮ଫୁଟ ଅଟେ । କ୍ଷେପଣାସ୍ତ୍ର, ଗ୍ରେନେଡ ମାଡକୁ ସହିପାରିବ ବାଇଡେନଙ୍କ କାର ।

ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର ମଧ୍ୟ କୌଣସି ମତେ କମ ନୁହେଁ । ଭାରତର ସବୁଠାରୁ ସୁରକ୍ଷିତ କାର ହେଉଛି ପ୍ରଧାନ ମନ୍ତ୍ରୀଙ୍କ କାର । ଯେଉଁଥିରେ ସେ ସୁରକ୍ଷିତ ଭାବେ ସବୁ ସ୍ଥାନକୁ ଗସ୍ତ କରିଥାନ୍ତି । ତେବେ ଭାରତର ପିଏମ ବିଏମଡବ୍ଲ୍ୟୁ ୭ ସିରିଜ କାର ବ୍ୟବହାର କରୁଛନ୍ତି । ଆଉ ଏହାକୁ ଆମେରିକାର ରାଷ୍ଟ୍ରପତି ବ୍ୟବହାର କରୁଥିବା କାରର ବହୁ ପ୍ରତିଷ୍ଠିତ କମ୍ପାନୀ ଜେନେରାଲ ୍‌ମୋଟର୍ସ ନିର୍ମାଣ କରିଛି । ତେବେ ସୁରକ୍ଷା କ୍ଷେତ୍ରରେ ମୋଦିଙ୍କ କାର ବାଇଡେନଙ୍କ କାରଠାରୁ କିଛିକମ ନୁହେଁ । ମୋଦିଙ୍କ ଏହି କାର ଅର୍ଥାତ ବିଏମଡବ୍ଲୁ ୭ ସିରିଜର ଏହା ହେଉଛି ପ୍ରଥମ ହାଇସିକ୍ୟୁରିଟୀ କାର । ଭିଆର-୭ ବୁଲେଟ ପ୍ରୁଫ କ୍ଷମତା ପୁର୍ଣ୍ଣକାର ଅଟେ । ଟାଇଟେନିୟମଏବଂ ଆଲୁମିନିୟମରେ ଗଢା ହୋଇଚି ମୋଦିଙ୍କ ଏହି କାରର ବଡି । ତେବେ ବାଇଡେନଙ୍କ କାରଠାରୁ ବେଶି ହାଲୁକା ଅଟେ ମୋଦିଙ୍କ କାର । ଏଥିପାଇଁ ପବନ ବେଗରେ ଦୌଡିବାର କ୍ଷମତା ରଖିଛି ମୋଦିଙ୍କ କାର । ଆଉଏହିକାର ମୂଲ୍ୟ ୧୦ କୋଟି ଉର୍ଦ୍ଧ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *